ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ । ଏବେ ତାଙ୍କ ବାୟୋପିକ୍ ନିର୍ମାଣ ନେଇ ଘୋଷଣା କରାଯାଇଛି। ଚଳଚ୍ଚିତ୍ର ସମୀକ୍ଷକ ତରନ ଆଦର୍ଶ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି।
ତରନ ଆଦର୍ଶ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ, ଭୂଷଣ କୁମାର-ରବି ଭାଗଚାନ୍ଦକା ଏହି ବାୟୋପିକ୍ ନିର୍ମାଣ କରିବେ। ହେଲେ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ ଯେ ୟୁଭିଙ୍କ ବାୟୋପିକରେ କେଉଁ ଅଭିନେତା ତାଙ୍କ ଚରିତ୍ରରେ ଅଭିନୟ କରିବେ। ତେବେ ଯୁବରାଜ ଭାରତର ଜଣେ ମହାନ କ୍ରିକେଟର ଅଟନ୍ତି। ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଭାରତ ୨୦୧୧ରେ ଦ୍ୱିତୀୟ ଥର ପାଇଁ ଓଡିଆଇ ବିଶ୍ୱକପ ଟାଇଟଲ ଜିତିଥିଲା ।
BIOPIC ON CRICKETER YUVRAJ SINGH ANNOUNCED... BHUSHAN KUMAR - RAVI BHAGCHANDKA TO PRODUCE... In a groundbreaking announcement, producers #BhushanKumar and #RaviBhagchandka will bring cricket legend #YuvrajSingh's extraordinary life to the big screen.
The biopic - not titled yet… pic.twitter.com/dJYtTgFHIN
— taran adarsh (@taran_adarsh) August 20, 2024
ତେବେ ଯୁବରାଜଙ୍କ ଚରିତ୍ର କେଉଁ ଅଭିନେତା କରିବେ ତାହା ସ୍ଥିର ହୋଇନଥିବା ବେଳେ ତାଙ୍କର ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେଉଛି। ଯୁବରାଜ ସିଂ ନିଜେ ଏକ ସାକ୍ଷାତକାରରେ କହିଥିଲେ ଯେ, ଯଦି ତାଙ୍କ ଜୀବନୀକୁ ନେଇ ବାୟୋପିକ୍ ତିଆରି ହୁଏ, ତେବେ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ତାଙ୍କ ଭୂମିକା କରିବା ଉଚିତ୍। ଏବେ ଦେଖିବାକୁ ବାକି ରହିଲା ସିଦ୍ଧାନ୍ତ ଚତୁର୍ବେଦୀ, ଯୁବରାଜଙ୍କ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଉଛନ୍ତି କି ନାହିଁ।