ସାନିଆଙ୍କୁ ଯୁବିଙ୍କ ‘ମିର୍ଚି ମମ୍ମି’ ସମ୍ବୋଧନ

ମୁମ୍ବାଇ : ରବିବାର ଥିଲା ଭାରତୀୟ ଟେନିସ୍ ସୁନ୍ଦରୀ ସାନିଆ ମିର୍ଜାଙ୍କ ୩୪ତମ ଜନ୍ମଦିବସ। ଏହି ଅବସରରେ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଥିଲା। କ୍ରୀଡ଼ା ତାରକାଙ୍କଠାରୁ ଆରମ୍ଭ କରି ପ୍ରଶଂସକ ଓ ରାଜନେତା ପର୍ଯ୍ୟନ୍ତ ସମସ୍ତେ ସାନିଆଙ୍କୁ ଜନ୍ମଦିନର ଶଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ନିଆରା ଶୁଭେଚ୍ଛା ବାର୍ତ୍ତା କିନ୍ତୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ସାନିଆଙ୍କୁ ସେ ‘ମିର୍ଚି ମମ୍ମି’ ସମ୍ବୋଧନ କରିଥି‌ଲେ। ଯୁବି ଟ୍ବିଟ୍ କରିଥିଲେ ଯେ ଜନ୍ମ ଦିନର ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ମିର୍ଚି ମମ୍ମି। ସାନିଆ ମିର୍ଜା। ଆଶା କରୁଛି ଆସନ୍ତା ବର୍ଷ ତୁମେ ସଫଳତାର ନୂଆ ଶିଖର ଛୁଅଁ। ମୋ ଭଲପାଇବା ଓ ସ୍ନେହ ତୁମ ସହ ସବୁବେଳେ ରହିଛି। ସେ ମଧ୍ୟ ନିଜ ଟ୍ବିଟ୍ ତଳେ ସାନିଆଙ୍କ ସହ ଉଠାଇଥିବା ଏକ ଆକର୍ଷଣୀୟ ଫଟୋକୁ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର

Comments are closed.