ନୂଆଦିଲ୍ଲୀ : ରଣଜୀ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଲଗାତାର ୬ ଛକା ମାରି ଚର୍ଚାକୁ ଆସିବା ପରେ ଯୁବ ଅଲ୍ରାଉଣ୍ଡର ଶିଭମ୍ ଦୁବେଙ୍କୁ ପୂର୍ବତନ ଅଲ୍ରାଉଣ୍ଡର ଯୁବରାଜ ସିଂହଙ୍କ ସହ ତୁଳନା କରାଯିବା ଆରମ୍ଭ ହୋଇଗଲା। ଦୁବେ ମଧ୍ୟ ଚଳିତ ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପଦାର୍ପଣ ସୁଯୋଗ ପାଇଲେ। ହେଲେ ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ସେ ମାତ୍ର ୧ ରନ୍ କରିପାରିଥିଲା ବେଳେ ୩ ବଲ୍ ବୋଲିଂ କରିଥିଲେ। ଏହି ସ୍ପିନ୍ ଅଲ୍ରାଉଣ୍ଡରଙ୍କ ଶୈଳୀ ଯୁବିଙ୍କ ଭଳି ବୋଲି ତାଙ୍କ ପ୍ରଶଂସକମାନେ ଚର୍ଚା କଲେ। ହେଲେ ଦୁବେଙ୍କୁ ତାଙ୍କ ସହ ତୁଳନା କରିବାକୁ ନେଇ ଯୁବି କଟାକ୍ଷ କରିଛନ୍ତି। ଯୁବିଙ୍କ କହିବା କଥା, ଦୁବେ ଏବେ ଆନ୍ତର୍ଜାତିକ ପଦାର୍ପଣ କରିଛନ୍ତି। ତାଙ୍କ ନିକଟରେ ହୁଏତ ଯଥେଷ୍ଟ ସାମର୍ଥ୍ୟ ଥାଇପାରେ। ହେଲେ ମୋ ସହ ତୁଳନା କରିବା ପାଇଁ ଏହା ପ୍ରକୃଷ୍ଟ ସମୟ ଆଦୌ ନୁହେଁ। ତାଙ୍କୁ ପ୍ରଥମେ ଆନ୍ତର୍ଜାତିକ ଜୀବନ ଆରମ୍ଭ କରିବାର ସୁଯୋଗ ଦିଆଯାଉ। ଯେତେବେଳେ ସେ ଏକ ନିର୍ଦିଷ୍ଟ ସ୍ତରରେ ପହଞ୍ଚିବେ ସେତେବେଳେ ତାଙ୍କୁ ଅନ୍ୟ କାହା ସହ ତୁଳନା କରିବା ଆରମ୍ଭ କରାଯାଉ। ତେବେ ସେ କେବଳ ତାଙ୍କ ନାମରେ ହିଁ ପରିଚିତ ହୁଅନ୍ତୁ ବୋଲି ମୁମ୍ବାଇରେ ଏକ ବ୍ୟାବସାୟିକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଯୁବରାଜ ସାମ୍ବାଦିକମାନଙ୍କୁ କହିଛନ୍ତି।
ଦୁବେଙ୍କ ସହ ତୁଳନାକୁ ଯୁବିଙ୍କ କଟାକ୍ଷ
/sambad/media/post_attachments/wp-content/uploads/2019/11/yu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)