ଅବସର ପରେ ବି ଯୁବରାଜଙ୍କ ଖେଳିବାର ଇଚ୍ଛା, ଏହି ଫର୍ମାଟରେ ପଡ଼ିଆକୁ ଓହ୍ଲାଇବା ଲାଗି ବିସିସିଆଇକୁ ମାଗିଲେ ଅନୁମତି

ନୂଆଦିଲ୍ଲୀ: ନିକଟରେ କ୍ରିକେଟ୍‌ରୁ ସନ୍ୟାସ ନେଇଥିବା ଭାରତୀୟ କ୍ରିକେଟର୍‌ ଯୁବରାଜ ସିଂହ ଆହୁରି ଖେଳିବାକୁ ଆଗ୍ରହ ରଖିଛନ୍ତି। ଯୁବରାଜ ସିଂହ ବିଶ୍ୱସ୍ତରୀୟ ଟି-୨୦ ମ୍ୟାଚ୍‌ ଖେଳିବା ପାଇଁ ବିସିସିଆଇ (ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ)କୁ ଅନୁମତି ମାଗିଛନ୍ତି। ବିସିସିଆଇ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ, ସେ ମଙ୍ଗଳବାର ବୋର୍ଡକୁ ପତ୍ର ଲେଖିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ଏବଂ ଆଇପିଏଲରୁ ସନ୍ୟାସ ନେବା ପରେ ବି ମୋତେ ଲାଗୁ ନାହିଁ ଯେ, ବୋର୍ଡକୁ ଅନୁମତି ଦେବାରେ କୌଣସି ଅସୁବିଧା ହେବ ନାହିଁ।

ବିସିସିଆଇ ସକ୍ରିୟ ଖେଳାଳିଙ୍କୁ ବିଦେଶୀ ଟି-୨୦ ଲିଗରେ ଅଂଶଗ୍ରହଣ କରିବାକୁ ମନା କରିଛି ଏବଂ ଏହି କାରଣରୁ ଯୁବରାଜ ବିଶ୍ୱବ୍ୟାପୀ ପ୍ରତିଯୋଗିତାରେ ଅଂଶଗ୍ରହଣ ନେବା ଲାଗି ସନ୍ୟାସ ନେବାର ଘୋଷଣା କରିଥିଲେ। ପୂର୍ବରୁ କ୍ରିକେଟରୁ ସନ୍ୟାସ ନେବା ପରେ ବୀରେନ୍ଦ୍ର ସେହେଓ୍ଵାଗ ଏବଂ ଜହୀର ଖାନ ୟୁଏଇରେ ଆୟୋଜିତ ଟି-୧୦ ଲିଗ ଖେଳିଛନ୍ତି।

ଗତ ସପ୍ତାହରେ କ୍ରିକେଟରୁ ସନ୍ୟାସ ନେବା ଘୋଷଣା ସମୟରେ ଯୁବରାଜ କହିଥିଲେ ଯେ, ସେ ବିଦେଶୀ ଟି-୨୦ ଲିଗରେ ଖେଳିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସେ କହିଥିଲେ, ମୁଁ ଟି-୨୦ କ୍ରିକେଟ ଖେଳିବାକୁ ଚାହୁଁଛି। ଏହି ବୟସରେ ମନୋରଂଜନ ପାଇଁ ମୁଁ କ୍ରିକେଟ ଖେଳିବାକୁ ଚାହୁଁଛି। ଅନ୍ତର୍ଜାତୀୟ କ୍ରିକେଟ ଓ ଆଇପିଏଲ ସଂପର୍କରେ ଭାବିବା ଚାପଗ୍ରସ୍ତର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି ଯୁବରାଜ କହିଛନ୍ତି।

ସମ୍ବନ୍ଧିତ ଖବର