ନୂଆଦିଲ୍ଲୀ: ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ଙ୍କୁ ଗୋଟିଏ ଓଭରରେ ୬ ଛକା ମାରି ଯୁବରାଜ ସିଂହ କ୍ରିକେଟ୍ ଇତିହାସରେ ତାଙ୍କ ନାମ ଲେଖାଇପାରିଥିଲେ। ତଥାପି ଏହି ପାଳି ପରେ ତାଙ୍କ ବ୍ୟାଟ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବିଷୟରେ ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଯୁବରାଜ ଖୁଲାସା କରିଛନ୍ତି। ଏପରିକି ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲ୍ରେ ୩୦ ବଲ୍ରୁ ୭୦ ରନ୍ ସଂଗ୍ରହ କରିବା ପରେ ପୂର୍ବତନ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ ଆଡାମ ଗିଲକ୍ରିଷ୍ଟ ମଧ୍ୟ ବ୍ୟାଟ୍କୁ ନେଇ ସନ୍ଦେହ ପ୍ରକଟ କରିଥିଲେ। ସେତେବେଳର ଅଷ୍ଟ୍ରେଲିଆ ପ୍ରଶିକ୍ଷକ ମ୍ୟାଚ୍ ପରେ ମୋ ପାଖକୁ ଆସି ବ୍ୟାଟ୍ରେ କିଛି ଫାଇବର ଲାଗିଛି କି ନାହିଁ ପଚାରିଥିଲେ ଏବଂ ମ୍ୟାଚ୍ ରେଫରି ଏହାକୁ ଯାଞ୍ଚ କରିଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ତେଣୁ ମୁଁ ତାଙ୍କୁ ବ୍ୟାଟ୍ ଯାଞ୍ଚ କରିବାକୁ ଅନୁମତି ଦେଇଥିଲି। ସେହିପରି ମୋର ବ୍ୟାଟ୍କୁ କିଏ ତିଆରି କରୁଛନ୍ତି ବୋଲି ଗିଲକ୍ରିଷ୍ଟ ପଚାରିଥିଲେ। ଏଭଳି ଏକାଧିକ ସନ୍ଦେହ ଜାତ ହେବାରୁ ଶେଷରେ ମ୍ୟାଚ୍ ରେଫରି ମଧ୍ୟ ବ୍ୟାଟ୍ ଯାଞ୍ଚ କରିବାକୁ ପଛାଇନଥିଲେ। ତଥାପି ଏହି ବ୍ୟାଟ୍ ତାଙ୍କ ପାଇଁ ସ୍ବତନ୍ତ୍ର ଥିଲା ବୋଲି ଯୁବରାଜ ସ୍ବୀକାର କରିଛନ୍ତି। କୌଣସି ବ୍ୟାଟ୍ରେ ଏଭଳି ପାଳି ସେ କେବେ ଖେଳିନଥିଲେ। ଉକ୍ତ ବ୍ୟାଟ୍ ସହ ୨୦୧୧ ବିଶ୍ବକପ୍ ବ୍ୟାଟ୍ ସବୁବେଳେ ତାଙ୍କ ପାଇଁ ସ୍ବତନ୍ତ୍ର ହୋଇ ରହିବ ବୋଲି ସେ କହିଛନ୍ତି।
ବର୍ତ୍ତମାନ ଯୁବ କ୍ରିକେଟରଙ୍କୁୁ ପ୍ରୋତ୍ସାହିତ କରିବାରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ଯୁବରାଜ ପ୍ରଶଂସା କରିବା ସହ ତାଙ୍କର ସବୁଠୁ ପ୍ରିୟ ଅଧିନାୟକ ବୋଲି ମତ ଦେଇଛନ୍ତି। ଯେତିକି ଅଧିନାୟକଙ୍କ ଅଧୀନରେ ସେ ଖେଳିଛନ୍ତି, ସୌରଭ ତାଙ୍କୁ ଅଧିକ ସମର୍ଥନ ଦେଇଛନ୍ତି। ସେତେବେଳେ ଦଳରେ ୪-୫ ଜଣ ଖେଳାଳି ଥିଲେ, ଯେଉଁମାନେ ଦଳକୁ ମଜବୁତ ରଖୁଥିଲେ। ତେଣୁ ସୌରଭ ସବୁବେଳେ ସେମାନଙ୍କୁ ସମର୍ଥନ ଦେଇଆସୁଥିଲେ ବୋଲି ଯୁବରାଜ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ଯୁବିଙ୍କ ‘୬ ଛକା’ ବ୍ୟାଟ୍କୁ ମ୍ୟାଚ୍ ରେଫରି ଯାଞ୍ଚ କରିଥିଲେ
/sambad/media/post_attachments/wp-content/uploads/2020/04/sfh7sfh987sfh987sf98hsfhsfhsfhsfhsfhsfhfhshsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)