ବିଶ୍ୱକପ୍‌: ପ୍ରଥମ ମ୍ୟାଚରେ ୟୁଜବେନ୍ଦ୍ର ଚହଲଙ୍କ ରେକର୍ଡ, ଏମିତି କରିବାରେ ଦ୍ୱିତୀୟ ଭାରତୀୟ

ସାଉଥମ୍ପଟନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ରେ ବୁଧବାର ଭାରତ ନିଜର ଅଭିଯାନ ଆରମ୍ଭ କରିଛି। ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମେ ଦକ୍ଷିଣ ଆଫ୍ରିକାର ସମ୍ମୁଖୀନ ହୋଇଛି। ଟସ ଜିଣି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ବୋଲର ମାନେ ଦକ୍ଷିଣ ଆଫ୍ରିକାକୁ ୨୨୭ ରନ୍‌ରେ ଅଟକାଇ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୯ଟି ଓ୍ଵିକେଟ ହରାଇ ଏହି ରନ୍‌ କରିଛି। ସବୁଠାର ବଡ଼ କଥା ଯେ, ଜଣେ ସ୍ପିନରଙ୍କୁ ୪ଟି ଓ୍ଵିକେଟ ମିଳିଛି। ଭାରତର ଯୁବ ବୋଲର ୟୁଜବେନ୍ଦ୍ର ଚହଲ ସର୍ବାଧିକ ୪ଟି ଓ୍ଵିକେଟ ନେବା ସହିତ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି।

ଚହଲ ୧୦ ଓଭର ବୋଲିଂ କରିଥିଲେ। ସେ ୫୧ ରନ ଖର୍ଚ୍ଚ କରି ଦକ୍ଷିଣ ଆଫ୍ରିକାର ୪ଟି ଓ୍ଵିକେଟ ନେଇଥିଲେ। ୟୁଜବେନ୍ଦ୍ର ଚହଲ କ୍ୟାରିୟରର ପ୍ରଥମ ବିଶ୍ୱକପ ମ୍ୟାଚ ଖେଳୁଛନ୍ତି। ଜଣେ ଭାରତୀୟ ବୋଲର ପଦାର୍ପଣ ସମୟରେ ୨ୟ ସର୍ବାଧିକ ପ୍ରଶଂସନୀୟ ପ୍ରଦର୍ଶନ। ମହମ୍ମଦ ସାମି ୨୦୧୫ରେ ପଦାର୍ପଣ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୪ଟି ଓ୍ଵିକେଟ ନେଇଥିଲେ। ମାତ୍ର ସେ ୩୫ ରନ ଖର୍ଚ୍ଚ କରିଥିଲେ। ଚହଲ ଦକ୍ଷିଣ ଆଫ୍ରକାର ୪ଟି ଓ୍ଵିକେଟ ନେଇ ରେକର୍ଡ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର