ମୁମ୍ବାଇ: ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହେବେ ବୋଲି କିଛି ବର୍ଷ ହେଲାଣି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଏବେ ୟୁଜି ଅନ୍ୟଜଣେ ଯୁବତୀଙ୍କ ସହିତ ପାର୍ଟି କରୁଥିବାର ନଜର ଆସିଛନ୍ତି।
ଧନଶ୍ରୀ ଓ ୟୁଜି ଇନଷ୍ଟାରେ ପରସ୍ପରକୁ ଅନଫଲୋ କରିବା ସହ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର, ଧନଶ୍ରୀଙ୍କ ସହିତ ସମସ୍ତ ଫଟୋ ମଧ୍ୟ ଡିଲିଟ୍ କରିଦେଇଛନ୍ତି। ଅନ୍ୟପକ୍ଷରେ ଧନଶ୍ରୀ, ୟୁଜବେନ୍ଦ୍ରଙ୍କୁ ଅନଫଲୋ କରିଛନ୍ତି କିନ୍ତୁ ତାଙ୍କ ସହିତ କୌଣସି ଫଟୋ ଡିଲିଟ୍ କରିନାହାଁନ୍ତି। ଏସବୁ ମଧ୍ୟରେ ଏବେ ୟୁଜି ଅନ୍ୟଜଣେ ଯୁବତୀଙ୍କ ସହିତ ପାର୍ଟି କରିବା ଚର୍ଚ୍ଚାକୁ ଆହୁରି ବଢ଼ାଇଛି। ଯୁବତୀଜଣକ ହେଉଛନ୍ତି ଆରଜେ ମହବଶ।
ୟୁଜବେନ୍ଦ୍ର ଚହଲଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଚହଲ, ମହବଶ ଏବଂ କିଛି ବନ୍ଧୁଙ୍କ ସହ ସମୟ କଟାଉଥିବାର ଦେଖାଯାଇଛି। ଆରଜେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଫଟୋ ସେୟାର କରିଛନ୍ତି। ପୋଷ୍ଟର କ୍ୟାପସନରେ, ସେ ଫଟୋରେ ଥିବା ଲୋକଙ୍କୁ ପରିବାର ବୋଲି ଉଲ୍ଲେଖ କରିଛନ୍ତି। ଏହା ସହ ପୋଷ୍ଟର କମେଣ୍ଟ ବିକଳ୍ପ ହଟାଇଦେଇଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ଲୋକେ ଅନୁମାନ କରୁଛନ୍ତି ଯେ ମହବଶ ହେଉଛନ୍ତି ସେହି ରହସ୍ୟମୟୀ ଝିଅ ଯାହାଙ୍କ ସହିତ ଚହଲ ଏବେ ସମୟ ବିତାଉଛନ୍ତି।