ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଏବେ ଛାଡପତ୍ର ନେଇଛନ୍ତି। ଗୁରୁବାର ମୁମ୍ବାଇ ପରିବାର ଅଦାଲତରେ ଏହି ଦମ୍ପତି ଛାଡପତ୍ର ପ୍ରକ୍ରିୟା ସମାପ୍ତ କରିଛନ୍ତି। ଏହି ଖବର ସେମାନଙ୍କ ଉଭୟ ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଛି।

Advertisment

ଏହି ସୂଚନା କୋର୍ଟରେ ଉପସ୍ଥିତ ଜଣେ ଓକିଲ ଗଣମାଧ୍ୟମକୁ ଦେଇଥିବା ଜଣାଯାଇଛି। ସେ କହିଛନ୍ତି ଯେ ଛାଡପତ୍ରର ଚୂଡ଼ାନ୍ତ ଶୁଣାଣି ଏବଂ ସମସ୍ତ ଔପଚାରିକତା ପୂରଣ କରିବା ପାଇଁ ଉଭୟ ସକାଳ ୧୧ଟାରୁ ପରିବାର ଅଦାଲତରେ ଉପସ୍ଥିତ ଥିଲେ। ବିଚାରପତି ଉଭୟଙ୍କୁ ଜଣେ ପରାମର୍ଶଦାତାଙ୍କ ପାଖକୁ ପଠାଇ ଦେଇଥିଲେ, ଏହି ଅଧିବେଶନ ୪୫ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ୪୫ ମିନିଟ ପରେ ଦୁହେଁ ଛାଡ଼ପତ୍ର ପାଇଁ ନିଷ୍ପତ୍ତି ନେଇସାରିଥିବା ଅଦାଲତଙ୍କୁ ଜଣାଇଥିଲେ। ଉଭୟ ପାରସ୍ପରିକ ସହମତିରେ ଅଲଗା ହେବାକୁ ଚାହୁଁଥିବା କହିଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୪:୩୦ ସମୟରେ, ବିଚାରପତି ଆନୁଷ୍ଠାନିକ ଭାବରେ ସେମାନଙ୍କୁ ଛାଡପତ୍ର ପ୍ରଦାନ କରିଥିଲେ।

ସେ ଆହୁରି କହିଛନ୍ତି ଯେ, ଚହଲ ଏବଂ ଧନଶ୍ରୀ ଗତ ୧୮ମାସ ଧରି ଅଲଗା ରହୁଥିଲେ। ଛାଡପତ୍ର ନେବାର ସମ୍ଭାବ୍ୟ କାରଣ ବିଷୟରେ ପଚରାଯିବାରୁ ଦମ୍ପତି କହିଥିଲେ ଯେ, "ଦୁହେଁ କୌଣସି ଜିନିଷକୁ ନେଇ ଏକମତ ହୋଇପାରୁନଥିଲେ। ଦୁହିଁଙ୍କ ଚିନ୍ତାଧାରା ଭିନ୍ନ ଥିବାରୁ ସାଙ୍ଗରେ ରହିବା ଅସମ୍ଭବ ହୋଇଯାଇଥିଲା।।"