ମୁମ୍ବାଇ: ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହେବେ ବୋଲି କିଛି ବର୍ଷ ହେଲାଣି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଏବେ ୟୁଜି ଅନ୍ୟଜଣେ ଯୁବତୀଙ୍କ ସହିତ ପାର୍ଟି କରୁଥିବାର ନଜର ଆସିଛନ୍ତି।

Advertisment

ଧନଶ୍ରୀ ଓ ୟୁଜି ଇନଷ୍ଟାରେ ପରସ୍ପରକୁ ଅନଫଲୋ କରିବା ସହ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର, ଧନଶ୍ରୀଙ୍କ ସହିତ ସମସ୍ତ ଫଟୋ ମଧ୍ୟ ଡିଲିଟ୍ କରିଦେଇଛନ୍ତି। ଅନ୍ୟପକ୍ଷରେ ଧନଶ୍ରୀ, ୟୁଜବେନ୍ଦ୍ରଙ୍କୁ ଅନଫଲୋ କରିଛନ୍ତି କିନ୍ତୁ ତାଙ୍କ ସହିତ କୌଣସି ଫଟୋ ଡିଲିଟ୍ କରିନାହାଁନ୍ତି। ଏସବୁ ମଧ୍ୟରେ ଏବେ ୟୁଜି କେତେ କୋଟିର ମାଲିକ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 

ଜାତୀୟ ଗଣମାଧ୍ୟମ ମୁତାବକ, ସେ ମୋଟ ୪୫କୋଟି ଟଙ୍କାର ମାଲିକ ଅଟନ୍ତି। ଆଇପିଏଲ ରୋଜଗାର, ସରକାରୀ ଚାକିରି ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ସେ ଟଙ୍କା ଆୟ କରନ୍ତି। ଆଇପିଏଲ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ତାଙ୍କୁ ୧୮କୋଟିରେ କିଣିଛି। ତାଙ୍କ ଆଇପିଏଲ କ୍ୟାରିୟର ଦେଖିଲେ ୨୦୨୨ ପର୍ଯ୍ୟନ୍ତ ସେ ୧୨ଟି ସିଜିନରେ ଖେଳି ୩୧.୨ କୋଟି ରୋଜଗାର କରିଥିଲେ। ଅନ୍ୟପକ୍ଷରେ ୨୦୧୮ରୁ ସେ ଆୟକର ଅଧିକାରୀ ଭାବରେ କାମ କରୁଛନ୍ତି। ଏଥିପାଇଁ ଚହଲଙ୍କୁ ମାସକୁ ୪୪,୯୦୦ରୁ ୧,୪୨,୪୦୦ଟଙ୍କା ପ୍ରଦାନ କରାଯାଉଛି।

ତାଙ୍କ ପାଖରେ ପୋର୍ସେ କାୟେନ୍ ଏସ୍, ରୋଲ୍ସ ରଏସ୍, ଏବଂ ଲାମ୍ବୋର୍ଗିନିୟ ସେଣ୍ଟେନାରିଓ ଭଳି ବିଳାସପୂର୍ଣ୍ଣ କାର୍ ରହିଛି। ଏହା ସହ ଗୁରୁଗ୍ରାମରେ ୨୫କୋଟିର ଘର ରହିଛି।