ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ୟୁଜବେନ୍ଦ୍ର ଚହଲଙ୍କ ଦଳ ପଞ୍ଜାବ କିଙ୍ଗ୍ସ ଫାଇନାଲରେ ପହଞ୍ଚିଥିଲା। କିନ୍ତୁ ବିରାଟ କୋହଲିଙ୍କ ଦଳ ଆରସିବି (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ) ପଞ୍ଜାବ କିଙ୍ଗ୍ସକୁ ୬ ରନରେ ପରାସ୍ତ କରି ଦୀର୍ଘ
୧୭ବର୍ଷର ଲମ୍ବା ଅପେକ୍ଷା ପରେ ଆଇପିଏଲର ଟ୍ରଫି ଜିତିଥିଲା। ତେଣୁ ସାରା ଦେଶରେ ଉତ୍ସବର ପାଳନ କରାଯାଇଥିଲା। ଏଭଳି ସମୟରେ ୟୁଜବେନ୍ଦ୍ରଙ୍କ ପରାଜୟରେ ତାଙ୍କ ପ୍ରେମିକା ଆରଜେ ମହବଶ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ପୋଷ୍ଟ ସେୟାର କରିଛନ୍ତି।
ଆରଜେ ମହବଶ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଇପିଏଲର ଅନେକ ଅଦେଖା ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ସେ ୟୁଜବେନ୍ଦ୍ର ଚହଲ, ପ୍ରୀତି ଜିଣ୍ଟା ଏବଂ ପଞ୍ଜାବ କିଙ୍ଗ୍ସ ଦଳର ଖେଳାଳିଙ୍କ ସହିତ ବିଭିନ୍ନ ସ୍ଥାନରେ ପୋଜ୍ ଦେଉଥିବାର ଦେଖିବାକୁ ମିଳୁଛି। ଗୋଟିଏ ଫଟୋରେ, ସେ ଚହଲ ଏବଂ ପ୍ରୀତି ଉଭୟଙ୍କ ସହିତ ଥିବାର ନଜର ଆସୁଛନ୍ତି।
ମହବଶ ଏହି ଫଟୋଗୁଡ଼ିକ ସହିତ ଚହଲଙ୍କ ପାଇଁ ଏକ ଲମ୍ବା ନୋଟ୍ ସେୟାର କରି ଲେଖିଛନ୍ତି,'ସେ ଲଢ଼ିଥିଲେ, ଦୃଢ଼ ଭାବରେ ଠିଆ ହୋଇଥିଲେ ଏବଂ ଶେଷ ମ୍ୟାଚ୍ ପର୍ଯ୍ୟନ୍ତ ଖେଳିଥିଲେ।
ଅନେକଲୋକ ଜାଣିନାହାଁନ୍ତି ଯେ ତାଙ୍କର ଦ୍ୱିତୀୟ ମ୍ୟାଚ୍ରେ ହିଁ ପଞ୍ଜରାହାଡ ଭାଙ୍ଗିଯାଇଥିଲା ଏବଂ ପରେ ବୋଲିଂ କରିବା ସମୟରେ ତାଙ୍କ ଆଙ୍ଗୁଠି ଭାଙ୍ଗିଯାଇଥିଲା, ଏହି ପିଲାଟି ପୂରା ସିଜିନ୍ରେ ୩ଥର ଦୁର୍ଘଟଣାର ଶିକାର ହୋଇଛନ୍ତି। ଆମେ ସମସ୍ତେ ତାଙ୍କୁ ଯନ୍ତ୍ରଣାରେ ଚିତ୍କାର କରିବା ସହିତ କାନ୍ଦୁଥିବାର ମଧ୍ୟ ଦେଖିଛୁ କିନ୍ତୁ କେବେ ହାର ମାନିବାର ଦେଖିନାହୁଁ।'