ପାକିସ୍ତାନକୁ ଜବାବ ଦେବାର ସମୟ ଆସିଛି, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର: ୟୁଜବେନ୍ଦ୍ର ଚହଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ କହିଛନ୍ତି, ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଚଳିତ ମାସ ୧୪ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦିଆଯିବା ଦରକାର ଅଛି। ଚହଲ କହିଛନ୍ତି, ଏକା ଥରକେ ଶେଷ କରି ଦିଆଯିବା ଦରକାର। ଆମେ ଏହି ଘଟଣାକୁ ସହ୍ୟ କରିପାରୁ ନାହୁଁ। ମାତ୍ର ବିଶ୍ୱକପ୍‌ କ୍ରିକେଟରେ ପାକିସ୍ତାନ ସହିତ ଟିମ୍‌ ଇଣ୍ଡିଆର ମ୍ୟାଚ ପ୍ରସଙ୍ଗରେ ଚହଲ ମୁହଁ ଖୋଲି ନାହାନ୍ତି।

ପୁଲଓ୍ଵାମା ଆକ୍ରମଣରେ ‘ସିଆରପିଏଫ’ର ୪୦ ଯବାନ ନିହତ ହୋଇଛନ୍ତି, ଯାହାକି ଜମ୍ମୁ କଶ୍ମୀରରେ ବିଗତ ୩୦ ବର୍ଷରେ ଅନ୍ୟତମ ସର୍ବବୃହତ୍ତ ଆତଙ୍କବାଦୀ ଆକ୍ରମଣ। ଏହାରି ମଧ୍ୟରେ ଦେଶର ଚାରିଆଡେ ଦାବି ହେଉଛି ଯେ, ବିଶ୍ୱକପରେ ପାକିସ୍ତାନ ସହିତ ଆଗାମୀ ମେ’ମାସ ୩୦ରେ ହେବାକୁ ଥିବା ମ୍ୟାଚକୁ ଭାରତ ବାତିଲ କରୁ।

ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ପାକିସ୍ତାନ ସହିତ ସବୁ ଖେଳ ସଂପର୍କ ଶେଷ କରିବା ପାଇଁ ଗାଙ୍ଗୁଲି ଦାବି କରିଛନ୍ତି। ଏକାଦା ଗାଙ୍ଗୁଲିଙ୍କ ସହିତ ଟିମ୍‌ ଇଣ୍ଡିଆରେ ଖେଳିଥିବା ହରଭଜନ ସିଂହ ମଧ୍ୟ ପୁଲଓ୍ଵାମା ଆକ୍ରମଣକୁ ବିରେଧ କରିଛନ୍ତି।

ସମ୍ବନ୍ଧିତ ଖବର