ମୁମ୍ବାଇ: ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହେବେ ବୋଲି କିଛି ବର୍ଷ ହେଲାଣି ଚର୍ଚ୍ଚା ହେଉଛି। ଧନଶ୍ରୀ ଓ ୟୁଜି ଇନଷ୍ଟାରେ ପରସ୍ପରକୁ ଅନଫଲୋ କରିବା ସହ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର, ଧନଶ୍ରୀଙ୍କ ସହିତ ସମସ୍ତ ଫଟୋ ମଧ୍ୟ ଡିଲିଟ୍ କରିଦେଇଛନ୍ତି।
ଅନ୍ୟପକ୍ଷରେ ଧନଶ୍ରୀ, ୟୁଜବେନ୍ଦ୍ରଙ୍କୁ ଅନଫଲୋ କରିଛନ୍ତି କିନ୍ତୁ ତାଙ୍କ ସହିତ କୌଣସି ଫଟୋ ଡିଲିଟ୍ କରିନାହାଁନ୍ତି। ଏସବୁ ମଧ୍ୟରେ ଏବେ ୟୁଜି ଇନଷ୍ଟାଗ୍ରାମରେ କରିଥିବା ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଇନଷ୍ଟାରେ ଚହଲ ନିଜର କିଛି ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, 'ପ୍ରକୃତ ଭଲପାଇବା ବିରଳ। ହାଏ...ମୁଁ ହେଉଛି ବିରଳ।' ତାଙ୍କର ଏଭଳି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୨ରେ ଧନଶ୍ରୀ ନିଜ ନାମରୁ ଚହଲ ଉପନାମ ହଟାଇବା ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା।
ଯଦି ଆମେ ଚହଲଙ୍କ ମୋଟ ସମ୍ପତ୍ତି ଦେଖିବା ତେବେ ସେ ମୋଟ ୪୫କୋଟି ଟଙ୍କାର ମାଲିକ ଅଟନ୍ତି। ଆଇପିଏଲ ରୋଜଗାର, ସରକାରୀ ଚାକିରି ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ସେ ଟଙ୍କା ଆୟ କରନ୍ତି। ଆଇପିଏଲ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ତାଙ୍କୁ ୧୮କୋଟିରେ କିଣିଛି। ତାଙ୍କ ଆଇପିଏଲ କ୍ୟାରିୟର ଦେଖିଲେ ୨୦୨୨ ପର୍ଯ୍ୟନ୍ତ ସେ ୧୨ଟି ସିଜିନରେ ଖେଳି ୩୧.୨ କୋଟି ରୋଜଗାର କରିଥିଲେ। ଅନ୍ୟପକ୍ଷରେ ୨୦୧୮ରୁ ସେ ଆୟକର ଅଧିକାରୀ ଭାବରେ କାମ କରୁଛନ୍ତି। ଏଥିପାଇଁ ଚହଲଙ୍କୁ ମାସକୁ ୪୪,୯୦୦ରୁ ୧,୪୨,୪୦୦ଟଙ୍କା ପ୍ରଦାନ କରାଯାଉଛି।