କୋଲ୍କାତା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିଛି ପଶ୍ଚିମବଙ୍ଗ ସରକାର। ପୂର୍ବରୁ ଗାଙ୍ଗୁଲିଙ୍କୁ ମିଳୁଥିବା ୱାଇ କ୍ୟାଟେଗୋରୀ ସୁରକ୍ଷାକୁ ବଦଳାଇ ମଙ୍ଗଳବାର ଜେଡ୍ ବର୍ଗ ପ୍ରଦାନ କରାଯାଇଛି। ଏହି ନୂଆ ବର୍ଗରେ ଗାଙ୍ଗୁଲିଙ୍କ ସୁରକ୍ଷାରେ ୮ରୁ ୧୦ ଜଣ ପୁଲିସ ରହିବେ। ୱାଇ ବର୍ଗରେ ତାଙ୍କ କର୍ଡନ ପାଇଁ ସ୍ପେସାଲ ବ୍ରାଞ୍ଚର ୩ ଜଣ ପୁଲିସ ରହୁଥିଲେ। ଏଥିସହ ତାଙ୍କ ବେହାଲା ବାସଭବନ ନିକଟରେ ମଧ୍ୟ ସମାନ ପରିମାଣର ସୁରକ୍ଷା କର୍ମଚାରୀ ମୁତୟନ କରାଯାଉଥିଲା। ସଂପ୍ରତି ଗାଙ୍ଗୁଲି ଆଇପିଏଲ୍ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସହ ରହିଛନ୍ତି। ୨୧ରେ ରାଜ୍ୟକୁ ଫେରିଲେ ତାଙ୍କୁ ଜେଡ୍ ସୁରକ୍ଷା ମିଳିବ ବୋଲି ପଶ୍ଚିମବଙ୍ଗର ଜଣେ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟପାଳ ସିଭି ଆନନ୍ଦ ବୋସ, ତୃଣମୂଳ କଂଗ୍ରେସ ସାଂସଦ, ଜାତୀୟ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସହ ମନ୍ତ୍ରୀ ଫିରହାଦ ହାକିମ ଓ ମୋଲି ଘଟକଙ୍କୁ ଜେଡ୍ ସୁରକ୍ଷା ମିଳିଛି। ଏମାନଙ୍କ ସହ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ଜେଡ୍ ସହ ସିଆଇଏସ୍ଏଫ୍ ସୁରକ୍ଷା ମିଳୁଛି।
ଗାଙ୍ଗୁଲିଙ୍କୁ ମିଳିଲା ଜେଡ୍ ସୁରକ୍ଷା
/sambad/media/post_attachments/wp-content/uploads/2021/10/ganguly.jpg)