ନୂଆଦିଲ୍ଲୀ: ଭାରତର ମହାନ ଦ୍ରୁତ ବୋଲର ଜାହିର ଖାନ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍ଏସ୍ଜି) ଛାଡ଼ିବା ନେଇ ଚର୍ଚ୍ଚା ଚାଲିଛି। ତାଙ୍କ ବଦଳରେ ଏଲ୍ଏସ୍ଜି ଦଳ ଲାଗି ନୂଆ ପରାମର୍ଶଦାତା ନିଯୁକ୍ତି କରିବା ଯୋଜାନରେ ଥିବା ସୂଚନା ମିଳୁଛି। ଏଲ୍ଏସ୍ଜି ଗତ ସଂସ୍କରଣରେ ୧୪ ମ୍ୟାଚ୍ ଖେଳି ୬ ବିଜୟ ସହ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଏହି ପ୍ରଦର୍ଶନରେ ଏହାର ମାଲିକ ସଞ୍ଜୀବ ଗୋଏଙ୍କା ଖୁସି ନାହାନ୍ତି। ଜାହିର ଗତ ବର୍ଷ ମେଗାନିଲାମ ପୂର୍ବରୁ ଦଳରେ ଯୋଗ ଦେଇଥିଲେ। ମର୍ଣ୍ଣି ମର୍କେଲ ଭାରତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତି ପରେ ଜାହିର ପରାମର୍ଶଦାତା ସହ ବୋଲିଂ ପ୍ରଶିକ୍ଷକ ଦାୟିତ୍ବ ମଧ୍ୟ ତୁଲାଇଥିଲେ।
ଏଲ୍ଏସ୍ଜି ଛାଡ଼ିବେ ଜାହିର
ଭାରତର ମହାନ ଦ୍ରୁତ ବୋଲର ଜାହିର ଖାନ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍ଏସ୍ଜି) ଛାଡ଼ିବା ନେଇ ଚର୍ଚ୍ଚା ଚାଲିଛି। ତାଙ୍କ ବଦଳରେ ଏଲ୍ଏସ୍ଜି ଦଳ ଲାଗି ନୂଆ ପରାମର୍ଶଦାତା ନିଯୁକ୍ତି କରିବା ଯୋଜାନରେ ଥିବା ସୂଚନା ମିଳୁଛି।
/sambad/media/media_files/2025/04/02/xLT45po7HjH2PHWXX3jz.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)