ମୁମ୍ବାଇ: ପୂର୍ବତନ ଭାରତୀୟ ବାମହାତୀ ଦ୍ରୁତ ବୋଲର ଜାହିର ଖାନ ପୁତ୍ର ସନ୍ତାନର ଜନକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବୁଧବାର ସେ ଓ ତାଙ୍କ ଅଭିନେତ୍ରୀ ପତ୍ନୀ ସାଗରିକା ଘଟ୍ଗେ ସାମାଜିକ ଗଣମାଧ୍ୟମରେ ନବଜାତକ ଶିଶୁକୁ କୋଳରେ ଧରିଥିବାର ଫଟୋ ପୋଷ୍ଟ୍ କରିବା ସହ ପୁଅର ନାଁ ଫତେସିନ୍ ଖାନ୍ ରଖିଥିବା ନେଇ ସୂଚନା ଦେଇଛନ୍ତି।
ଜାହିର ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କରିଥିବା ଏହି ଫଟୋର ଶିରୋନାମରେ ଲେଖିଛନ୍ତି, ‘‘ପ୍ରେମ, କୃତଜ୍ଞତା ଓ ଦିବ୍ୟ ଆଶୀର୍ବାଦ ସହିତ ଆମେ ଆମର ଅମୂଲ୍ୟ କୁନି ଶିଶୁ ପୁତ୍ର ଫତେସିନ୍ ଖାନ୍ଙ୍କୁ ସ୍ୱାଗତ କରୁଛୁ’’। ଜାହିର ୨୦୧୭ ନଭେମ୍ବର ୨୩ରେ ସାଗରିକାଙ୍କୁ ମୁମ୍ବାଇରେ ବିବାହ କରିଥିଲେ। ବିବାହର ୮ ବର୍ଷ ପରେ ସନ୍ତାନ ପ୍ରାପ୍ତ ହୋଇଥିବାରୁ ଉଭୟ ବହୁତ ଖୁସି ଅଛନ୍ତି। ଜାହିର ଚଳିତ ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ମାର୍ଗଦର୍ଶକ ଅଛନ୍ତି।