ପ୍ରଥମ ଦିନିକିଆରେ ବାଂଲାଦେଶକୁ ହରାଇଲା ଜିମ୍ବାୱେ

ହରାରେ : ଶୁକ୍ରବାର ଏଠାରେ ଖେଳାଯାଇଥିବା ହାଇସ୍କୋରିଂ ବିଶିଷ୍ଟ ପ୍ରଥମ ଦିନିକିଆରେ ଭ୍ରମଣକାରୀ ବାଂଲାଦେଶକୁ ୫ ୱିକେଟ୍‌ରେ ପରାସ୍ତ କରିଛି ଘରୋଇ ଜିମ୍ବାୱେ। ଏହି ମ୍ୟାଚ୍‌ରେ ମୋଟ ୬୦୦ରୁ ଅଧିକ ସ୍କୋର୍‌ ହୋଇଥିଲା ବେଳେ ୭ ୱିକେଟ୍‌ର ପତନ ଘଟିଥିଲା। ଟସ୍‌ ହାରି ବ୍ୟାଟିଂ ପାଇଥିବା ବାଂଲାଦେଶ ୪ଟି ଅର୍ଦ୍ଧଶତକ ବଳରେ ୩୦୩/୨ କରିଥିଲା ବେଳେ ଦୁଇଟି ଚିତାକର୍ଷକ ଶତକୀୟ ପାଳି ବଳରେ ଜିମ୍ବୱେ ୧୦ ବଲ୍‌ ପୂର୍ବରୁ ୫ ୱକେଟ୍‌ ବିନିମୟ‌ରେ ମ୍ୟାଚ୍‌ ଜିତି ନେଇଥିଲା। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଯାଇଛି।

ତମିମ ଇକ୍‌ବାଲ (୬୨), ଲିଟନ ଦାସ (୮୧, ରିଟାୟର୍ଡ ହର୍ଟ), ଆନାମୁଲ ହକ୍‌ (୭୩) ଓ ମୁସ୍‌ଫିନର ରହିମ୍‌ (୫୨*)ଙ୍କ ଅର୍ଦ୍ଧଶତକ ସହାୟତାରେ ବାଂଲାଦେଶ ୨ ୱିକେଟ୍‌ ବିନିମୟରେ ୩୦୩ ରନ୍‌ କରିଥିଲା। ଜବବାରେ ସିକନ୍ଦର ରାଜା (୧୩୫)ଙ୍କ ଅପରାଜିତ ଶତକ ସାଙ୍ଗକୁ ଇନୋସେଣ୍ଟ କାଇଆ (୧୧୦)ଙ୍କ ଶତକ ବଳରେ ଜିମ୍ବାୱେ ୪୮.୨ ଓଭରରେ ୩୦୭/୫ କରି ନେଇଥିଲା। ଏକଦା ୬୨ ରନ୍‌ରେ ୩ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିବା ଜିମ୍ବାୱେ ପକ୍ଷରୁ ରାଜା ଓ କାଇଆ ଚତୁର୍ଥ ୱିକେଟ୍‌ରେ ୧୯୨ ରନ୍ ଯୋଡ଼ି ବାଂଲାଦେଶ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ସିକନ୍ଦର ରାଜା ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର