ହାରାରେ: ବିଶ୍ୱକପ୍ କ୍ୱାଲିଫାୟର ୨୦୨୩ରେ ଖେଳି ଜିମ୍ବାୱେ ଇତିହାସ ରଚିଛି । ଏହି ଦଳ କ୍ରିକେଟ ଇତିହାସରେ ୨ୟ ସବୁଠାରୁ ବଡ଼ ବିଜୟ ହାସଲ କରିଛି ।

Advertisment

ହରାରେ ସ୍ପୋର୍ଟସ କ୍ଲବରେ ଅନୁଷ୍ଠିତ ମ୍ୟାଚରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ଆମେରିକା ବିପକ୍ଷରେ ୪୦୮/୬ ରନର ବିଶାଳ ସ୍କୋର କରିଥିଲା । ଏହାର ଜବାବରେ ଆମେରିକା ମାତ୍ର ୧୦୪ ରନ କରି ଆଉଟ ହୋଇଯାଇଥିଲା । ଫଳରେ ଜିମ୍ବାଓ୍ବେ ୩୦୪ ରନର ବିଶାଳ ବିଜୟ ହାସଲ କରିଥିଲା । ଏହାକୁ କ୍ରିକେଟ ଇତିହାସରେ ୨ୟ ସବୁଠାରୁ ବଡ଼ ବିଜୟ ବୋଲି କୁହାଯାଉଛି । ତେବେ କ୍ରିକେଟ ଇତିହାସରେ ସବୁଠାରୁ ବଡ଼ ବିଜୟ ଭାରତ ନାଁରେ ରହିଛି । ଜାନୁଆରୀ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ୩୧୭ ରନ୍ର ବିଜୟ ହାସଲ କରିଥିଲା ଭାରତ । ଜିମ୍ବାୱେ ଅଧିନାୟକ ସିନ୍ ୱିଲିୟମ୍ସ ମଧ୍ୟ ଏହି ମ୍ୟାଚ୍ ରେ ହିରୋ ଭାବେ ଉଭା ହୋଇଥିଲେ, ଯିଏ କି ୧୦୧ ବଲ୍ ରୁ ୧୭୪ ରନ୍ କରିଥିଲେ। ସେ ଏହି ଟୁର୍ଣ୍ଣାମେଣ୍ଟରେ ୪୦୦ରୁ ଅଧିକ ରନ୍ କରିସାରିଲେଣି ।

ଜିମ୍ବାଓ୍ବେରେ ଚାଲିଥିବା ବିଶ୍ବକପ୍ କ୍ବାଲିଫାୟାରରୁ ୨ଟି ଦଳ ଭାରତରେ ହେବାକୁ ଥିବା ବିଶ୍ବକପ୍ ଖେଳିବେ । କିନ୍ତୁ ଜିମ୍ବାଓ୍ବେର ଏହି ଏପରି ଫର୍ମ ଓ୍ବେଷ୍ଟଇଣ୍ଡିଜକୁ ଚିନ୍ତାରେ ପକାଇଦେଇଛି । କାରଣ ସୁପର ସିକ୍ସର ଗ୍ରୁପ-ଏ ରେ ଜିମ୍ବାଓ୍ବେ, ଓ୍ବେଷ୍ଟଇଣ୍ଡିଜ୍ ଓ ନେଦରଲାଣ୍ଡ ଅଛନ୍ତି । ଏହି ୩ଟି ମଧ୍ୟରୁ ଗୋଟିଏ ଟିମ ଫାଇନାଲକୁ ଯିବ ।

ସେପଟେ କ୍ବାଲିଫାୟରର ଆଉ ଏକ ରୋମାଞ୍ଚକର ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ରନରେ ହରାଇ ଦେଇଛି ନେଦରଲାଣ୍ଡସ୍ । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ୍ ୩୭୪ ରନ କରିବା ପରେ ନେଦରଲାଣ୍ଡସ ବି ୩୭୪ ରନ କରିଥିଲା । ଫଳରେ ସୁପର ଓଭରରେ ଫଇସଲା ହୋଇଥିଲା । ସୁପର ଓଭରରେ ନେଦରଲାଣ୍ଡସ ବିଜୟୀ ହୋଇଥିଲା ।