ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ନିଜ ଦଳ ‘ଚେନ୍ନାଇ ସୁପର୍ କିଙ୍ଗ୍ସ’ର ବିଜୟ ଲାଭ କରିବା ପରେ ଏବେ ଗଣମାଧ୍ୟରେ ଜୋର୍ଦାର୍ ଚର୍ଚ୍ଚାରେ ଅଛନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ସେ ଆଇପିଏଲ୍ ଟାଇଟଲ୍ ଜିତିବା ପାଇଁ ସୋସିଆଲ୍ ସାଇଟ୍ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଦେଇଛନ୍ତି। ଧୋନି ପ୍ରତି ଥର ପରି ଏଥରର ବି ନିଜ ପୋଷ୍ଟ୍ରେ ତାଙ୍କ ଝିଅ ସଂପର୍କରେ ଲେଖିଛନ୍ତି।
ଧୋନି ତାଙ୍କ ପତ୍ନୀ ସାକ୍ଷୀ ଓ କନ୍ୟା ଝିଅଙ୍କ ସହ ଆଇପିଏଲ୍ ଟ୍ରଫି ଧରି ନିଜ ଇନ୍ଷ୍ଟା ଆକାଉଣ୍ଟ୍ରେ ଏକ ଫଟୋ ପୋଷ୍ଟ୍ କରିଛନ୍ତି। ସେ ପୋଷ୍ଟରେ ସେ ପ୍ରଥମେ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ୍ ଲେଖିଛନ୍ତି। ସେ କ୍ରିକେଟର୍ ଓ୍ଵାଟ୍ସନ୍ ଭଲ ଖେଳିଛନ୍ତି ବୋଲି ଲେଖି ତାଙ୍କର ବି ପ୍ରଶଂସା କରିଛନ୍ତି। ଶେଷରେ ସେ ଲେଖିଛନ୍ତି କି ଜିଭା ଏହି ଟ୍ରଫିକୁ ଖାତିର କରୁନାହିଁ। ତା’ ହିସାବରେ ସେ ପଡ଼ିଆର ଘାସ ଉପରେ ଦଉଡ଼ିବାକୁ ଗୁରୁତ୍ୱ ଦେଉଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଧୋନିଙ୍କ ଝିଅ ଜିଭାଙ୍କର ଅନେକ ହର୍କତ୍ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି। ଏହାକୁ ଧୋନିଙ୍କ ପ୍ରଶଂସକ ଖୁବ୍ ପସନ୍ଦ କରିଥାନ୍ତି। କେବେ ଧୋନି ତନୟା ରୁଟଇ ବେଲୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳେ ତ କେବେ ସେ ନିଜ ବାପାଙ୍କୁ ଖେଳ ପଡ଼ିଆ ଭିତରେ ପାଣି ପିଆଉଥିବା ବେଳର ଫଟୋ ଇଣ୍ଟ୍ରନେଟ୍ରେ ଘୂରି ବୁଲେ।