ଡିସିକୁ ସିଏସ୍‌କେ ହରାଇବା ପରେ ଖୁସିରେ ବାପାଙ୍କୁ ଗେହ୍ଲା କରି ପକାଇଲା ଧୋନୀଙ୍କ ଝିଅ ଜିଭା

ନୂଆଦିଲ୍ଲୀ: ଅନେକ କୌତୁକିଆ ଷ୍ଟାର୍‌ କିଡ୍‌ଙ୍କ ମଧ୍ୟରୁ ଭାରତୀୟ କି୍ରକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ଜିଭା ଅନ୍ୟତମ। ପୂର୍ବରୁ ଜିଭାଙ୍କର ଅନେକ ଭିଡିଓ ଭାଇରାଲ୍‌ ହୋଇସାରିଛି। କେବେ ରୁଟି କରୁଥିବା ବେଳର ତ କେବେ ନୃତ୍ୟ ପ୍ରଦର୍ଶନ କରୁଥିବା ବେଳର। ଆପଣ କହିପାରନ୍ତି ଯେ ଧୋନୀଙ୍କ ଅପେକ୍ଷା ତାଙ୍କ ଝିଅ ଜିଭାଙ୍କର ଅନେକ ପ୍ରଶଂସକ।

ଅଷ୍ଟମ୍‌ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌) ଧୋନୀଙ୍କ ଦଳ ଚେନ୍ନାଇ ସୁପରକିଙ୍ଗ୍‌(ସିଏସ୍‌କେ) ରେକର୍ଡ କରିବା ପରେ ଧୋନୀଙ୍କ ଝିଅ ଖୁସିରେ ତାଙ୍କୁ ଏକ ଚୁମ୍ବନ ଦେଉଥିବା ବେଳର ଏକ ଭିଡିଓ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

 

ଶୁକ୍ରବାର ବିଶାଖାପାଟଣାରେ ହେଉଥିବା ମ୍ୟାଚ୍‌ରେ ଧୋନୀଙ୍କ ଟିମ୍‌ ବିଜୟ କରିବା ପରେ ଧୋନୀ ଏବଂ ସୁରେଶ ରାଇନା ପଡ଼ିଆରେ ଧୋନୀଙ୍କ ଝିଅ ଜିଭା ସହ ଖେଳୁଥିବା ବେଳର ଏକ ଭିଡିଓ ଭାଇରାଲ୍‌ ହୋଇଛି।

ଗତକାଲି ବିଶାଖାପାଟଣାମ୍‌ ପଡ଼ିଆରେ ଚେନ୍ନାଇ ସୁପର୍‌ କିଙ୍ଗ୍‌ ଓ ଦିଲ୍ଲୀ କ୍ୟାପିଟାଲ୍‌(ଡିସି) ଭିତରେ ଖେଳ ଚାଲିଥିଲା। ସିଏସ୍‌କେ ୬ ଓ୍ଵିକେଟ୍‌ ବିନିମୟରେ ଡିସିକୁ ହରାଇଛି।

ସମ୍ବନ୍ଧିତ ଖବର