ଦୁବାଇ: ଉପ ମହାଦେଶର କ୍ରୀଡ଼ାପ୍ରେମୀଙ୍କ ପାଇଁ ସାନିଆ ମିର୍ଜା କେବଳ ଜଣେ ଟେନିସ୍ ଚାମ୍ପିଅନ୍ ନୁହଁନ୍ତି। ସୁନ୍ଦରୀ, ସୃଜନଶୀଳ ଓ ପାରିବାରିକ ବ୍ୟକ୍ତିତ୍ବ ଭାବେ ବି ପରିଚିତା। ସେଲିବ୍ରିଟି, ଭଲ ପତ୍ନୀ ଓ ମା’ ବି। ହେଲେ ବିବାଦ ବି ପିଛା ଛାଡ଼ି ନଥାଏ ଏହି ହାଇଦ୍ରାବାଦୀ ଟେନିସ୍ ପ୍ରତିଭାଙ୍କୁ। ପାକିସ୍ତାନୀ କ୍ରିକେଟର୍ ସୋଏବ ମଲ୍ଲିକଙ୍କୁ ବିବାହ କରିବା ପରଠାରୁ ପାପାରାଜି ବି ପିଛା କରନ୍ତି ଏହି କ୍ରୀଡ଼ା ଦମ୍ପତ୍ତିଙ୍କୁ। ସମ୍ପ୍ରତି ସାନିଆଙ୍କ ନୂଆ ଘର ହୋଇଛି ଦୁବାଇ। ସାଥିରେ ବି ରହିଛନ୍ତି ସାନ ଭଉଣୀ ଅନମ। ଯିଏକି ଡିସେମ୍ବରରେ ପୂର୍ବତନ କ୍ରିକେଟର୍ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅକୁ ବିବାହ କରିବାକୁ ଯାଉଛନ୍ତି। ଦୁଇ ଭଉଣୀଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ବିଷୟରେ ସାନିଆ କହିଛନ୍ତି, ‘ଅନମ ସବୁବେଳେ ଘରର ଗେହ୍ଲା ଝିଅ’। ସେ ମୋଠାରୁ ପ୍ରାୟ ୮ ବର୍ଷ ସାନ। ମୁଁ ୬ ବର୍ଷରୁ ଟେନିସ୍ ଖେଳିବାକୁ ଯିବା ପରେ ସେ ଜନ୍ମ ହୋଇଛି। ସେ ଏବେ ବଡ଼ ହୋଇଗଲେ ବି ସମସ୍ତଙ୍କ ପାଇଁ ପିଲାଟିଏ। ଅନମ ପାଇଁ ମୁଁ ଦ୍ବିତୀୟ ମା’ ଭଳି ବୋଲି ମଧ୍ୟ କୁହନ୍ତି ସାନିଆ। ସୂଚନାଯୋଗ୍ୟ, ଅନମ ଫ୍ୟାସନ୍ ଡିଜାଇନିଂ ବ୍ୟବସାୟ କରୁଛନ୍ତି। ଦୁବାଇରେ ବି ସୋ ଜରିଆରେ ଏହାର ପରାକାଷ୍ଠା ଦେଖାଇଛନ୍ତି।
ଅନମ ସବୁବେଳେ ପରିବାରର ଗେହ୍ଲା: ସାନିଆ
/sambad/media/post_attachments/wp-content/uploads/2019/10/dfaaaaaaaaaaaaaaaaaaaa51414141414141414141414141465sadfffffffffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)