ନୂଆଦିଲ୍ଲୀ: ଆଇପିଏଲ୍ର ନୂଆ ଦଳ ହାଇଦ୍ରାବାଦର ଫ୍ରାଞ୍ଚାଇଜ୍ ସିଭିସି ସ୍ପୋର୍ଟସକୁ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଉଦ୍ଦେଶ୍ୟ ପତ୍ର ଦେଇନାହିଁ ବିସିସିଆଇ। ଟେଣ୍ଡ୍ର ପ୍ରକ୍ରିୟାରେ ସିଭିସି ବିଜୟୀ ହେଇଥିଲେ ମଧ୍ୟ ଏହି ବ୍ରିଟିସ୍ କମ୍ପାନି ବେଟିଂ ଫାର୍ମ ହୋଇଥିବାରୁ ସମ୍ଭବତଃ ଦ୍ବନ୍ଦ୍ବରେ ପଡ଼ିଛି ବୋର୍ଡ। ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଆର୍ପିଏସ୍ଜି ଏହାର ଉଦ୍ଦେଶ୍ୟ ପତ୍ର ପାଇବା ପରେ ଏହାକୁ ଦାଖଲ କରି ସାରିଛି। ଏହି ଅସ୍ଥିରତା କାରଣରୁ ସିଭିସି ସ୍ପୋର୍ଟସ ମଧ୍ୟ ପ୍ରଶିକ୍ଷକ ଭାବେ ରବି ଶାସ୍ତ୍ରୀ ଓ ଅନ୍ୟ ପ୍ରଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ବାରାନ୍ବିତ କରିପାରିନାହିଁ। ମିଳିଥିବା ସୂଚନା ଅନୁସାରେ ସିଭିସି କମ୍ପାନିର ଅଧିକାରୀମାନେ ଭାରତ ଏବଂ ଦୁବାଇ ଗସ୍ତ କରି ବିସିସିଆଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ୫୬୨୫ କୋଟିରେ ଅହମଦାବାଦ ଫ୍ରାଞ୍ଚାଇଜ୍କୁ ନେଇଥିବା ସିଭିସି ସ୍ପୋର୍ଟସ କିନ୍ତୁ ଆଶା ରଖିଛି ସବୁକିଛି ଡିସେମ୍ବର ୩୧ ତାରିଖ ଧାର୍ଯ୍ୟ ତାରିଖ ପୂର୍ବରୁ ସମାଧାନ ହୋଇଯିବ। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଏହାର ପ୍ରଶିକ୍ଷକ ଓ ପରାମର୍ଶଦାତା ନିଯୁକ୍ତ କରିବାକୁ ଆଶିଷ ନେହେରା ଓ ଗ୍ୟାରି କର୍ଷ୍ଟେନଙ୍କୁ ଯୋଗାଯୋଗ କରିଛି। ୨୦୧୧ ବିଶ୍ବକପ୍ ବିଜୟୀ ଏହି ଦୁଇ ବ୍ୟକ୍ତି କିନ୍ତୁ ଗୋପନୀୟ ସର୍ତ୍ତ ଦୃଷ୍ଟିରୁ ସ୍ପଷ୍ଟ କରିବାକୁ ମନା କରିଛନ୍ତି।
ଅହମଦାବାଦ ଫ୍ରାଞ୍ଚାଇଜ୍କୁ ଚିଠି ଦେଇନି ବିସିସିଆଇ
/sambad/media/post_attachments/wp-content/uploads/2020/03/bcci.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)