କୋଲ୍କାତା: ଚଳିତ ଆଇଏସ୍ଏଲ୍ରେ ଶନିବାର ୨ ଥର ବିଜେତା ଏଟିକେ ୨-୦ ଗୋଲ୍ରେ ଗୋଆ ଏଫ୍ସିକୁ ପରାସ୍ତ କରି ପୁଣି ଥରେ ଶୀର୍ଷକୁ ଉଠିଛି। ଉଭୟ ଦଳ ସମାନ ୨୪ ପଏଣ୍ଟ୍ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ଏଟିକେ ପ୍ରଥମ ସ୍ଥାନରେ ରହିଛି। କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଖେଳାଯାଇଥିବା ଶନିବାର ମ୍ୟାଚ୍ର ପ୍ରଥମାର୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। କ୍ରିଷ୍ଣାଙ୍କ ସହଯୋଗରେ ପ୍ରୀତମ କୋଟାଲ ୪୭ତମ ମିନିଟରେ ଏଟିକେକୁ ଆଗୁଆ କରିଥିଲେ। ଦ୍ବିତୀୟ ଗୋଲରେ ମଧ୍ୟ କ୍ରିଷ୍ଣାଙ୍କ ସହଯୋଗ ରହିଥିଲା। ୮୮ତମ ମିନିଟରେ ଏହି ଗୋଲ୍ଟି ଦେଇଥିଲେ ଜୟଶ ରାଣେ।
ଆଇଏସ୍ଏଲ୍: ଗୋଆକୁ ହରାଇ ଶୀର୍ଷରେ ଏଟିକେ
/sambad/media/post_attachments/wp-content/uploads/2020/01/sdgdagdag4dag7ad8g465da4g65dagdagdagda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)