ଭୁବନେଶ୍ବର: ଓଡ଼ିଶା-ଆସାମ ରଣଜୀ ସମ୍ପର୍କ ବହୁ ପୁରୁଣା। ଏହି ଦୁଇ ପୂର୍ବ ଭାରତ ରାଜ୍ୟ ୬୭ ବର୍ଷ ମଧ୍ୟରେ ଖେଳିଛନ୍ତି ୫୦ ମ୍ୟାଚ୍। ଅର୍ଧଶତକୀୟ ମାଇଲଖୁଣ୍ଟ୍ ମ୍ୟାଚ୍ ୨୦୧୬-୧୭ ଋତୁରେ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାରଠାରୁ ଏହି ଦୁଇ ଅସଫଳ ରଣଜୀ ରାଜ୍ୟ ଗୌହାଟୀରେ ୫୧ତମ ମୁକାବିଲାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ଏ ପର୍ଯ୍ୟନ୍ତ ଖେଳାଯାଇଥିବା ୨ ରାଉଣ୍ଡ୍ ପର୍ଯ୍ୟନ୍ତ ଓଡ଼ିଶା ବିଜୟଶୂନ୍ୟ ରହିଥିବାବେଳେ ଆସାମ ଗୋଟିଏ ଜିତି ଆଗରେ ରହିଛି। ବିପ୍ଳବ ସାମନ୍ତରାୟଙ୍କ ଦଳ କିଟ୍ ଷ୍ଟାଡିୟମରେ ଖେଳିଥିବା ହରିଆଣା ବିପକ୍ଷ ପ୍ରଥମ ମ୍ୟାଚରୁ ୧ ପଏଣ୍ଟ୍ ପାଇଥିବାବେଳେ ସେହି ପଡ଼ିଆରେ ଉତ୍ତରପ୍ରଦେଶ ନିକଟରୁ ୧୦ ୱିକେଟ୍ରେ ହାରି ଗୌହାଟୀ ଗସ୍ତ କରିଛି। ଅନ୍ୟପକ୍ଷରେ ଘରୋଇ ଆସାମ ନିଜର ପ୍ରଥମ ଦୁଇ ମ୍ୟାଚରେ ପ୍ରଭାବୀ ଖେଳିଛି। ରାଞ୍ଚିରେ ଝାଡ଼ଖଣ୍ଡଠୁ ଅଳ୍ପକେ ପ୍ରଥମ ପାଳି ପଛୁଆ ରହିଥିଲେ ମଧ୍ୟ ଅଗରତାଲାରେ ତ୍ରିପୁରାକୁ ୨୧୧ ରନ୍ର ବଡ଼ ବ୍ୟବଧାନରେ ହରାଇଦେଇଥିଲା। ଏବେ ଆସନ୍ତୁ ଦୁଇ ରାଜ୍ୟର ଅତୀତ ପ୍ରଦର୍ଶନ ଉପରେ ନଜର ପକାଇନେବା।
ଓଡ଼ିଶା ଏବ˚ ଆସାମ ମଧୢରେ ରଣଜୀ ସମ୍ପର୍କର ଇତିହାସ ବହୁତ ଲମ୍ବା। ଓଡ଼ିଶା ନିଜ ଇତିହାସର ଦ୍ବିତୀୟ ମୁକାବିଲାରେ ହିଁ ୧୯୫୧-୫୨ ଋତୁରେ ନାଓଗଙ୍ଗର ଜୁବିଲି ପଡିଆରେ ଭେଟିଥିଲା ଆସାମକୁ। ଏହା ପରଠାରୁ ପୂର୍ବାଞ୍ଚଳରେ ଉଭୟ ରାଜ୍ୟ ନିୟମିତ ଖେଳି ଆସୁଥିଲେ ମଧୢ ୨୦୦୧-୦୨ରୁ ଜୋନ୍ ଭିତ୍ତିକ ମୁକାବିଲାକୁ ଉଚ୍ଛେଦ କରି ଦିଆଯାଇଥିଲା। ଫଳରେ ଏହା ପରଠାରୁ ଦୁଇ ରାଜ୍ୟ ମଧୢରେ ଆଉ ନିୟମିତ ମୁକାବିଲା ହେଉ ନ ଥିଲା। ଫଳରେ ଗତ ୧୮ ବର୍ଷ ମଧୢରେ ମାତ୍ର ୪ ଥର ମୁକାବିଲା ସମ୍ଭବ ହୋଇଛି। ଓଡ଼ିଶା ଉଚ୍ଚ ଗ୍ରୁପ୍ରେ ଏବ˚ ଆସାମ ନିମ୍ନ ଗ୍ରୁପ୍ରେ ଖେଳୁଥିବାରୁ ପରସ୍ପର ସହ ମୁକାବିଲାରୁ ବଞ୍ଚିତ ହେଉଥିଲେ। ତେବେ ୨୦୦୨-୦୩ର ଏଲିଟ୍ ମୁକାବିଲା ଏବ˚ ୨୦୦୬-୦୭ର ପ୍ଲେଟ ସେମିଫାଇନାଲ୍ ମୁକାବିଲା ସମ୍ଭବ ହୋଇଥିଲା।
୬୭ ବର୍ଷ ଭିତରେ ଖେଳିଥିବା ୫୦ ମୁକାବିଲାରୁ ଓଡ଼ିଶା ୨୧ ବିଜୟୀ ହୋଇଥିବା ବେଳେ ଆସାମ ୫ ଥର ବିଜୟୀ ହୋଇଛି। ଅବଶିଷ୍ଟ ୨୪ ମ୍ୟାଚ୍ ବିନା ହାରଜିତ୍ରେ ଶେଷ ହୋଇଛି। କୌଣସି ବି ରଣଜୀ ଦଳ ବିପକ୍ଷରେ ଏହା ଓଡ଼ିଶାର ସର୍ବାଧିକ ବିଜୟ। ଓଡ଼ିଶା ଦ୍ବିତୀୟ ସର୍ବାଧିକ ବିଜୟ ତ୍ରିପୁରା (୧୬) ବିପକ୍ଷରେ ପାଇଛି। ଏହା ବାଦ୍ ଓଡ଼ିଶାର ବିଜୟ ସ˚ଖ୍ୟା ଅନ୍ୟ କୌଣସି ରାଜ୍ୟ ବିପକ୍ଷରେ ଦୁଇ ଅଙ୍କ ମଧୢ ଛୁଇଁ ନାହିଁ।
ପ୍ରଥମ ଭେଟ: ଦୁଇ ରାଜ୍ୟ ମଧୢରେ ହୋଇଥିବା ପ୍ରଥମ ମୁକାବିଲାରେ ଓଡ଼ିଶାକୁ ୧୦୩ ରନ୍ର ବିପୁଳ ବ୍ୟବଧାନରେ ପରାଜୟ ବରଣ କରିବାକୁ ପଡିଥିଲା। ୧୯୫୧-୫୨ ଋତୁରେ ନାଓଗଙ୍ଗର ଜୁବିଲି ପଡିଆରେ ଅଧିନାୟକ ବନବାସୀ ପଟ୍ଟନାୟକଙ୍କ ୫ ଵିକେଟ୍ ସଫଳତା ବଳରେ ଭ୍ରମଣକାରୀ ଦଳ ଆସାମକୁ ୧୧୬ ରନ୍ରେ ଆଉଟ୍ କରି ଦେଇଥିଲା। ବନବାସୀଙ୍କ ଅର୍ଧଶତକ (୫୩) ସହାୟତାରେ ଓଡ଼ିଶା ୧୭୭ ରନ୍ କରିଥିଲା। ଆସାମ ଏହା ପରେ ପିଟର୍ ଵାର୍ନର ବୁଲକ୍ଙ୍କ ଶତକ (୧୪୮) ସହାୟତାରେ ୨୭୮/୬ରେ ଘୋଷଣା କରିବା ସହ ଓଡ଼ିଶାର ଦ୍ବିତୀୟ ପାଳିକୁ ୧୧୪ ରନ୍ରେ ଶେଷ କରି ଦେଇଥିଲା।
ଶେଷ ୫ ଭେଟ: ୧୯୫୧ରୁ ଆରମ୍ଭ ହୋଇଥିବା ଜୋନ୍ ମୁକାବିଲାର ସମାପ୍ତି ହୋଇଥିଲା ୨୦୦୦-୦୧ରେ। ଏହି ପର୍ଯ୍ୟାୟ ଶେଷ ମୁକାବିଲା ହୋଇଥିଲା ଆସାମ ତିନସୁକିଆର ଜିଲ୍ଲା କ୍ରୀଡ଼ା ସ˚ଘ ପଡିଆରେ। ଓଡ଼ିଶା ଏହି ମ୍ୟାଚ୍କୁ ୯ ଵିକେଟ୍ରେ ଜିତିଥିଲା। ଓଡ଼ିଶା ବୋଲରମାନେ ମିଳିତଭାବେ ଵିକେଟ୍ ବାଣ୍ଟି ନେବାରୁ ଆସାମ ପ୍ରଥମ ପାଳିରେ ୧୬୭ ରନ୍ କରିଥିଲା। ସ˚ଜୟ ଶତପଥୀ ସର୍ବାଧିକ ୩ ଵିକେଟ୍ ନେଇଥିଲେ। ଜବାବରେ ଶିବସୁନ୍ଦର ଦାସ (୫୪), ରଶ୍ମି ପରିଡ଼ା (୭୫), ଗୌତମ ଗୋପାଳ (୮୫*)ଙ୍କ ପାଳି ସହାୟତାରେ ଓଡ଼ିଶା ୩୪୧ ରନ୍ କରିଥିଲା। ଦେବାଶିଷ ମହାନ୍ତିଙ୍କ ୫ ଵିକେଟ୍ ସଫଳତା ବଳରେ ଆସାମ ଦ୍ବିତୀୟ ପାଳିରେ ୧୮୮ ରନ୍ରେ ସୀମିତ ରହିଥିଲା। ଏହା ପରେ ଓଡ଼ିଶା ଆବଶ୍ୟକ ୧୮ ରନ୍କୁ ୧ ଵିକେଟ୍ ହରାଇ ସ˚ଗ୍ରହ କରି ନେଇଥିଲା। ଅଜୟ ବାରିକ ଏହି ମ୍ୟାଚ୍ରେ ତାଙ୍କ ୫୦ ରଣଜୀ ଵିକେଟ୍ ପୂରଣ କରିଥିଲେ।
ଜୋନ୍ ଉଚ୍ଛେଦ ପରେ ପ୍ରଥମ ମୁକାବିଲା ହୋଇଥିଲା ଗୌହାଟୀର ନର୍ଥ-ଇଷ୍ଟ୍ ଫ୍ରଣ୍ଟିୟର୍ ରେଳବାଇ ଷ୍ଟାଡିୟମ୍ରେ। ଆସାମ ପ୍ରଥମ ପାଳି ଆଗୁଆ ସହିତ ୧ ପଏଣ୍ଟ୍ ପାଇଥିଲା। ପ୍ରଭଞ୍ଜନ ମଲ୍ଲିକ (୧୨୯) ଏବ˚ ବିବିସିସି ମହାପାତ୍ର (୧୦୭)ଙ୍କ ଶତକ ବଳରେ ଓଡ଼ିଶା ୩୪୭ ରନ୍ କରିଥିଲା। କିନ୍ତୁ ଏମ୍ଭି ଯୋଗଲେକର (୧୦୩) ଏବ˚ କେଆର୍ କନଵର (୧୧୧)ଙ୍କ ଶତକ ବଳରେ ଆସାମ ୩୬୪/୭ରେ ସୀମିତ ରହିଥିଲା। ଅଜୟ ବାରିକ ୪ ଵିକେଟ୍ ନେଇଥିଲେ। ମ୍ୟାଚ୍ ଅମୀମା˚ସିତ ରହିଥିଲା।
ବାରବାଟୀରେ ୨୦୦୬-୦୭ ଋତୁରେ ପ୍ଲେଟ୍ ଗ୍ରୁପ୍ରେ ୩ ବର୍ଷର ସ˚ଘର୍ଷ ପରେ ସେମିଫାଇନାଲ୍ରେ ଓଡ଼ିଶା ଆସାମକୁ ୭ ଵିକେଟ୍ରେ ମାତ୍ ଦେଇଥିଲା। ଦେବାଶିଷ ମହାନ୍ତି (୫/୬୬) ଏବ˚ ସୁକାନ୍ତ ଖଟୁଆ (୩/୪୪)ଙ୍କ ବୋଲି˚କୁ ସମ୍ମୁଖୀନ ହୋଇ ନପାରି ଆସାମ ୨୩୫ ରନ୍ କରିଥିଲା। ଜବାବରେ ନିର˚ଜନ ବେହେରା (୫୭) ସତ୍ତ୍ବେ ଓଡ଼ିଶା ୨୩୩ ରନ୍ରେ ସୀମିତ ହୋଇଯାଇଥିଲା। ପରଭେଜ୍ ଅଜିଜ୍ (୫୦)ଙ୍କ ଅର୍ଧଶତକ ସହିତ ଆସାମ ଦ୍ବିତୀୟ ପାଳିରେ ୧୨୦ ରନ୍ କରିଥିଲା। ଦେବାଶିଷ ମହାନ୍ତି (୪/୪୩), ସୁକାନ୍ତ ଖଟୁଆ (୩/୩୫), ସୌରଭ ସେହଗାଲ୍ (୬-୫-୧-୨) ଚମତ୍କାର ବୋଲି˚ କରିଥିଲେ। ଏହା ପରେ ଓଡ଼ିଶା ନିର˚ଜନ ବେହେରା (୪୫*)ଙ୍କ ପାଳି ସହାୟତାରେ ୧୨୫ ରନ୍ର ବିଜୟ ଲକ୍ଷ୍ୟକୁ ୩ ଵିକେଟ୍ ହରାଇ ସ˚ଗ୍ରହ କରି ନେଇଥିଲା।
୨୦୧୫-୧୬ ଋତୁରେ ବାରବାଟୀ ମୁକାବିଲାରେ ଓଡ଼ିଶା ୮ ୱିକେଟ୍ରେ ଜିତିଥିଲା। ବସନ୍ତ ମହାନ୍ତି (୮/୫୩) ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ (୭/୫୦) ମିଳିତ ଭାବେ ୧୫ ୱିକେଟ୍ ଦଖଲ କରିବାରୁ ଆସାମ ଉଭୟ ପାଳିରେ ଯଥାକ୍ରମେ ୯୨ ଓ ୧୩୭ ରନ୍ କରିଥିଲା। ଓଡ଼ିଶା ପ୍ରଥମ ପାଳିରେ ମାତ୍ର ୮୮ ରନ୍ କରି ପଛରେ ପଡ଼ିଥିଲେ ମଧ୍ୟ ଗୋବିନ୍ଦ ପୋଦ୍ଦାର (୭୭*, ୭୭ ବଲ) ଏବଂ ଅନୁରାଗ ଷଡ଼ଙ୍ଗୀ (୨୯*, ୧୦୧ ବଲ) ଓଡ଼ିଶାକୁ ବିଜୟୀ କରାଇଥିଲେ।
ଶେଷ ଥର ପାଇଁ ୨୦୧୬-୧୭ ଋତୁରେ ନିରପେକ୍ଷ ଭେନ୍ୟୁ ହାଇଦ୍ରାବାଦରେ ପରସ୍ପରକୁ ଭେଟିଥିଲେ ଓଡ଼ିଶା-ଆସାମ। ବସନ୍ତ ମହାନ୍ତି-ସୂର୍ଯ୍ୟକାନ୍ତ ପ୍ରଧାନ ୩-୩ ୱିକେଟ୍ ନେଇ ଆସାମକୁ ୩୦୧ରେ ସୀମିତ ରଖିଥିଲେ। କୁନାଲ ସାଇକିଆ ୧୩୫ ରନ୍ କରିଥିଲେ। ଜବାବରେ ଓଡ଼ିଶା କିନ୍ତୁ ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଦ୍ବିଶତକ (୨୨୫) ଏବଂ ବିପ୍ଳବ ସାମନ୍ତରାୟ (୧୦୩)ଙ୍କ ଶତକ ବଳରେ ଓଡ଼ିଶା ୪୫୯/୭ରେ ପାଳି ଘୋଷଣା କରିଥିଲା। ଦ୍ବିତୀୟ ପାାଳିରେ ଆସାମ ୧୬୬/୪ରେ ସୀମିତ ରହି ମ୍ୟାଚ୍କୁ ଅମୀମାଂସିତ ରଖିଥିଲା।
ଆଜିଠୁ ଓଡ଼ିଶା-ଆସାମ ରଣଜୀ ଟ୍ରଫି ମ୍ୟାଚ୍ : ୬୭ ବର୍ଷରେ ୫୦ ମୁକାବିଲା
ଓଡ଼ିଶା (୨୧)-ଆସାମ (୫)