ପଶ୍ଚଷ୍ଟ୍ରୁମ୍ : ଦକ୍ଷିଣ ଆଫ୍ରିକା ଗସ୍ତରେ ଲଗାତାର ୨ ବଡ଼ ବିଜୟରୁ ଚଳିତ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ପୁରୁଷ ଦଳ ଅପରାଜେୟ ସହ ଗସ୍ତ ଶେଷ କରିବା ଲକ୍ଷ୍ୟରେ ରହିଛି। ଶନିବାର ଫ୍ରାନ୍ସ ଏବଂ ଏହାପର ଦିନ (ରବିବାର) ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଏହି ଗସ୍ତ ଶେଷ କରିବ ଅଲିମ୍ପିକ୍ କାଂସ୍ୟ ବିଜେତା ଭାରତ। ଫ୍ରାନ୍ସ ବିପକ୍ଷ ଏହି ଗସ୍ତର ପ୍ରଥମ ମ୍ୟାଚ୍କୁ ୫-୦ ଗୋଲ୍ରେ ଜିତିଥିବା ଭାରତ ଦ୍ବିତୀୟରେ ୧୦-୨ ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ପ୍ରଥମ ମ୍ୟାଚ୍ରେ ହରମନ୍ପ୍ରୀତ ସିଂହ, ବରୁଣ କୁମାର, ଶମଶେର ସିଂହ, ମନଦୀପ ସିଂହ ଓ ଆକାଶଦୀପ ସିଂହ ଗୋଲ୍ ସ୍କୋର୍ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ନୂଆ ଖେଳାଳି ଯୁଗରାଜ ସିଂହ ହ୍ୟାଟ୍ରିକ ଏବଂ ଗୁରସାହିବଜିତ ସିଂହ ଓ ଦିଲପ୍ରୀତ ସିଂହ ଯୁଗଳ ଗୋଲ୍ ଦେଇଥିଲେ। ଏମାନଙ୍କ ସହ ହର୍ମନପ୍ରୀତ, ନୂଆ ଖେଳାଳି ଅଭିଷେକ ଓ ମନଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ସଂପ୍ରତି ପ୍ରୋ ଲିଗ୍ ପଏଣ୍ଟ୍ ଟେବୁଲରେ ନେଦରଲାଣ୍ଡ୍ସ ଓ ବେଲ୍ଜିୟମ ପଛକୁ ଭାରତ ତୃତୀୟ ସ୍ଥାନରେ ରହିଛି।
ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍: ଆଜି ଫ୍ରାନ୍ସକୁ ଭେଟିବ ଭାରତ
/sambad/media/post_attachments/wp-content/uploads/2022/02/fih.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)