ଭୁବନେଶ୍ୱର: ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ପଞ୍ଜାବରେ ଅନୁଷ୍ଠିତ ୨୩ମ ଜାତୀୟ କିକ୍ ବକ୍ସିଂ ଏବଂ ୨୨ତମ ଜାତୀୟ କନିଷ୍ଠ ଓ ଉପ କନିଷ୍ଠ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ୯ ସ୍ୱର୍ଣ୍ଣ ପଦକ ସହିତ ମୋଟ ୩୮ ପଦକ ଅମଳ କରିଛନ୍ତି। ଏହା ମଧ୍ୟରେ ୧୭ ରୌପ୍ୟ ଓ ୧୨ କାଂସ୍ୟ ପଦକ ସାମିଲ ରହିଛି। ଓଡ଼ିଶାକୁ ଦଳଗତ ଭାବେ କିନ୍ତୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଆସାମ୍ ରାଇଫ୍ଲସ, ଉତ୍ତର ପ୍ରଦେଶ, ଆସାମ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଥିଲେ। ୨୦ ରାଜ୍ୟରୁ ୬୦୦ ଜଣ ପ୍ରତିନିଧିତ୍ୱ କରିଥିବା ଏହି ୪ ଦିନିଆ ପ୍ରତିଯୋଗିତାରେ ଓଡ଼ିଶାରୁ ୬୬ ଜଣ ଖେଳିଥିଲେ। ଓଡ଼ିଶା ପାଇଁ ଶ୍ରୀକାନ୍ତ ସୁନା, ଆକାଶ ପୁରାଣ, ଜ୍ୟୋତି ତନ୍ତୀ, ଆର୍ଯ୍ୟବ୍ରତ ସ୍ୱାଇଁ, ଓମ୍ ଶ୍ରୀବାସ୍ତବ, ଆଲୋକ ସାହା, ପ୍ରସାଦ କୁମାର ନାୟକ, ଆଶୁତୋଷ ମହାରଣା ଏବଂ ଆଶିଷ ଧୀର ଦେଓସାମନ୍ତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଓଡ଼ିଶା କିକ୍ ବକ୍ସିଂ ସଂଘ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରାଙ୍କ ସହିତ ପୃଥ୍ଵୀରାଜ ହରିଚନ୍ଦନ, ଶୁଭେନ୍ଦୁ ସାମନ୍ତରାୟ, ସୁଧାଂଶୁ ପଣ୍ଡା, ନବୀନ ସିଂହ ଏବଂ ସୁଜନ ରଥ ପ୍ରମୁଖ ଅଧିକାରୀ ଭାବେ ଯୋଗ ଦେଇଥିଲେ। ସଫଳ ଓଡ଼ିଶା ଖେଳାଳିଙ୍କୁ ଭାରତୀୟ କିକ୍ ବକ୍ସିଂ ସଂଘ ସଭାପତି ଇଂ ସୁଧାଂଶୁ ଶେଖର ହରିଚନ୍ଦନ, ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା ଏବଂ ଅଲ୍ ଓଡ଼ିଶା କିକ୍ ବକ୍ସିଂ ସଂଘ ସଭାପତି ଶିବାନନ୍ଦ ରାୟ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।
ଓଡ଼ିଶାକୁ ୯ ସ୍ୱର୍ଣ୍ଣ ସହ ୩୮ ପଦକ
/sambad/media/post_attachments/wp-content/uploads/2017/09/11-Kick-Boxing.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)