ଟୋକିଓ: କରୋନା ଲାଗି ଜାପାନରେ ପ୍ରଦର୍ଶନ କରାଯାଉଥିବା ହେଉଥିବା ଅଲିମ୍ପିକ୍ସ ଅଗ୍ନିଶିଖାକୁ ହଟାଇବାକୁ ମଙ୍ଗଳବାର ନିଷ୍ପତ୍ତି ନିଆଯାଇଛି। କରୋନା ଭୂତାଣୁ ଯୋଗୁଁ ଦେଶରେ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହେବାରୁ ଚଳିତ ବର୍ଷ ଟୋକିଓରେ ହେବାକୁ ଥିବା ୨୦୨୦ ଅଲିମ୍ପିକ୍ସକୁ ସ୍ଥଗିତ ରହିଥିଲା। କିନ୍ତୁ ଅଲିମ୍ପିକ୍ସ ଅଗ୍ନିଶିଖା ଉତ୍ତର-ପୂର୍ବ ଫୁକୁସିମାରେ ପ୍ରଦର୍ଶିତ ହୋଇଥିଲା। ଦେଶରେ କରୋନା ଭୂତାଣୁ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ସଂରକ୍ଷଣ କରିବାକୁ ଆୟୋଜକମାନେ ନିଷ୍ପତ୍ତି ନେଇଥିଲେ। ଗ୍ରିସ୍ରେ ପ୍ରଦୀପ ପ୍ରଜ୍ୱଳିତ ଅଗ୍ନି ଶିଖା ମାର୍ଚ୍ଚ ୨୦ରେ ଜାପାନରେ ପହଞ୍ଚିଥିଲା। ଜାପାନରେ ଅଲିମ୍ପିକ୍ସ ଆଗ୍ରହକୁ ବଜାୟ ରଖିବା ଲାଗି ସ୍ଥାନୀୟ ଆୟୋଜକ ଏହି ଅଗ୍ନି ଶିଖାକୁ ଲଣ୍ଠନ ମଧ୍ୟରେ ରଖିବାକୁ ନିଷ୍ପତ୍ତି ନେଇଥିଲେ। ମଶାଲ ଶୋଭାଯାତ୍ରା ଆରମ୍ଭ ହେବାକୁ ଥିବା ଫୁକୁସିମାରେ ଏହାକୁ ପ୍ରଦର୍ଶିତ କରିବାକୁ ସ୍ଥିର କରିଥିଲେ। ଆମେ ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ସର୍ବସାଧାରଣରେ ଏହାକୁ ପଦର୍ଶିତ କରିବାକୁ ଚାହିଁଥିଲୁ। କିନ୍ତୁ ଏବେ ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣା ହେବାରୁ ଆମେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। କେଉଁଠାରେ ଏହି ଅଗ୍ନିଶିଖା ରଖାଯିବ ତାହା ନିଷ୍ପତ୍ତି ନିଆଯାଇନି ବୋଲି ଟୋକିଓ ଅଲିମ୍ପିକ୍ସ ଆୟୋଜକ ସମିତି ମୁଖପାତ୍ର କହିଛନ୍ତି।
କରୋନା ପାଇଁ ଅଲିମ୍ପିକ୍ସ ଅଗ୍ନିଶିଖା ପ୍ରଦର୍ଶନୀ ବନ୍ଦ
/sambad/media/post_attachments/wp-content/uploads/2020/03/Tokyo-Olympics-2020.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)