ଭୁବନେଶ୍ବର: କାନାଡାର ଓଟାୱା ସହରରେ ଆୟୋଜିତ କାନାଡା ପାରା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଆ ତାରକା ତଥା ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟୀ ପ୍ରମୋଦ ଭଗତ ରୌପ୍ୟ ପଦକ କରାୟତ୍ତ କରିଛନ୍ତି। ଏସ୍ଏଲ୍-୩ ବର୍ଗର ପୁରୁଷ ଏକକ ଫାଇନାଲ୍ରେ ସେ ୧୪-୨୧, ୨୧-୦୯, ୧୫-୨୧ରେ ଅଲିମ୍ପିକ୍ ରୌପ୍ୟ ବିଜେତା ଇଂଲଣ୍ଡର ଡାନିଏଲ ବେଥେଲଙ୍କଠୁ ହାରି ଯାଇଥିଲେ। ଚଳିତ ବର୍ଷ ଉଭୟଙ୍କ ମଧ୍ୟରେ ଦୁଇ ଥର ମୁକାବିଲା ହୋଇଥିଲା ବେଳେ ୨ ଥର ଯାକ ବେଥେଲ ବିଜୟୀ ହୋଇ ପ୍ରମୋଦଙ୍କଠୁ ଅଲିମ୍ପିକ୍ ପରାଜୟର ମଧୁର ପ୍ରତିଶୋଧ ନେଇ ଚାଲିଛନ୍ତି।
କାନାଡାରେ ରୌପ୍ୟ ଜିତିଲେ ପ୍ରମୋଦ
/sambad/media/post_attachments/wp-content/uploads/2022/05/9-Pramod.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)