ଭୁବନେଶ୍ବର: ଭୋପାଳରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବା କ୍ରୀଡ଼ାର କାନୋସ୍ପ୍ରିଣ୍ଟରେ ଓଡ଼ିଶା ଦ୍ବିତୀୟ ଦିନରେ ୩ ସ୍ବର୍ଣ୍ଣ ସହ ୫ ପଦକ ହାତେଇଛି। ଏଥିସହିତ ଓଡ଼ିଶାର ମୋଟ ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଗୁରୁବାର ମହିଳା ୫୦୦ ମିଟର କେ-୧ରେ ଓଡ଼ିଶାର ପି. ରୋଜି ଦେବୀ (୨.୧୭୯୦୦ ମିନିଟ୍) ସ୍ବର୍ଣ୍ଣ ପଦକ ପାଇଥିଲେ। ଏହି ଇଭେଣ୍ଟରେ ମଧ୍ୟପ୍ରଦେଶର ଓ. ବିନିତା ଚାନୁ (୨.୧୭.୯୦୦ ମିନିଟ୍) ଏବଂ ମଣିପୁରର କେ. ଧନମଞ୍ଜରୀ ଦେବୀ (୨.୨୬.୪୦୪ ମିନିଟ୍) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି। ସେହିପରି ୫୦୦ ମିଟର କେ-୪ ମହିଳାରେ ପି. ରୋଜି ଦେବୀ, ଶୃତି ଚୌଗୁଲେ, ଏଲ୍. ସୋନିଆ ଦେବୀ, ଟି. ଲକ୍ଷ୍ମୀ ଚାନୁଙ୍କ ଯୋଡ଼ି ସ୍ବର୍ଣ୍ଣ (୧.୫୯.୫୩୫ ମିନଟ୍) ପଦକ ଜିତିଛନ୍ତି। ଏହି ଇଭେଣ୍ଟର ପୁରୁଷ ବର୍ଗରେ ଟି. ଗାସେପମ୍, ଆଇ. ବୋରିସ୍ ସିଂହ, ସତ୍ୟମ ବଳିୟାନ, ଟି. ଡାଏମଣ୍ଡ ମେଇତେଇଙ୍କ ଯୋଡ଼ି ପ୍ରଥମ ସ୍ଥାନରେ (୧.୩୨.୭୮ ମିନିଟ୍) ରହି ସ୍ବର୍ଣ୍ଣ ପଦକ ପାଇଥିଲେ। ଏମାନଙ୍କ ବ୍ୟତୀତ ୫୦୦ ମିଟର ମହିଳା କେ-୨ରେ ଶୃତି ଚୌଗୁଲେ, ଟି. ଲକ୍ଷ୍ମୀ ଚାନୁଙ୍କ ଯୋଡ଼ି ରୌପ୍ୟ ଏବଂ ୫୦୦ ମିଟର ମହିଳା ସି-୨ରେ ଏଲ୍. ନେହା ଦେବୀ ଓ ମଧୁସ୍ମିତା ନାୟକଙ୍କ ଯୋଡ଼ିକୁ କାଂସ୍ୟ ପଦକ ମିଳିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp