ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ହକି ବିଶ୍ୱ ଲିଗ୍ର ପ୍ରଥମ ଗୋଲ୍ ଜର୍ମାନି ଖେଳାଳି ମ୍ୟାଟ୍ସ ଗ୍ରାମବସ୍କଙ୍କ ଖାତାକୁ ଯାଇଥିଲା। ଇଂଲଣ୍ଡ-ଜର୍ମାନି ଉଦଘାଟନୀ ମୁକାବିଲାରେ ଏହି ୨୫ ବର୍ଷୀୟ ଖେଳାଳି ଇଂଲଣ୍ଡ ଅଧିନାୟକ ତଥା ଗୋଲ୍ ରକ୍ଷକ ପିନାର ଜର୍ଜଙ୍କୁ ଚକମା ଦେଇ ମ୍ୟାଚ୍ ଓ ପ୍ରତିଯୋଗିତାର ପ୍ରଥମ ଗୋଲ୍ ଦେଇଥିଲେ।
ଜର୍ମାନି ପକ୍ଷରୁ ୧୦୬ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଗ୍ରାମବସ୍କ ଏଥିସହ ନିଜ ନାଁକୁ ହକି ଇତିହାସରେ ଲିପିବଦ୍ଧ କରି ନେଇଥିଲେ। ଗତବର୍ଷର ରିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଜର୍ମାନି ଦଳର ସେ ମଧ୍ୟ ସଦସ୍ୟ ଥିଲେ। ଊନ୍ନବିଂଶ ମିନିଟ୍ରେ ଗ୍ରାମବସ୍କ ଦେଇଥିବା ଏହି ସୁନ୍ଦର ଗୋଲ୍ ଜର୍ମାନି ବିଜୟକୁ ସହଜ କରି ଦେଇଥିଲା।