ଭୁବନେଶ୍ୱର: ଚେନ୍ନାଇରେ ଚାଲିଥିବା ୫୭ତମ ଜାତୀୟ ଓପନ୍ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ୍ ନିଜର ଦ୍ୱିତୀୟ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମଙ୍ଗଳବାର ୧୦୦ ମିଟର୍ ବାଧାଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଏହି ମୟୂରଭଞ୍ଜ ଝିଅ ଗୁରୁବାର ଶେଷ ଦିନରେ ହେପ୍ଟାଥଲନ୍ରେ ୫୧୨୬ ପଏଣ୍ଟ ସହ ମଧ୍ୟ ଶୀର୍ଷ ସ୍ଥାନ ଦଖଲ କରି ନିଜ ପ୍ରାଧାନ୍ୟ ଅବ୍ୟାହତ ରଖିଛନ୍ତି। ଏଥି ସହ ସହ ପୂର୍ଣିମା ଏବଂ ଜଉନା ବ୍ୟକ୍ତିଗତ ଭାବେ ଦୁଇ ଦୁଇଟି ପଦକ ଜିତି ଅଭିଯାନ ଶେଷ କରିଛନ୍ତି। ପୂର୍ବରୁ ଜଉନା ୪୦୦ ମିଟର୍ ଦୌଡ଼ରେ କାଂସ୍ୟ ପଦକ ଜିତିଥିଲେ ମଧ୍ୟ ୪୦୦ ମିଟର୍ ବାଧାଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସୂଚନାଯୋଗ୍ୟ, ସମ୍ପ୍ରତି ତୁର୍କମେନିସ୍ତାନର ଆସଗବତରେ ଶେଷ ହୋଇଥିବା ପଞ୍ଚମ ଏସୀୟ ଇନ୍ଡୋର୍ ଦୌଡ଼କୁଦ ଏବଂ ସାମରିକ କଳା କ୍ରୀଡ଼ାରେ ପୂର୍ଣ୍ଣିମା ଭାରତ ପେଣ୍ଟାଥଲନ୍ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଭୁବନେଶ୍ୱରରେ ଜୁଲାଇ ମାସରେ ଅନୁଷ୍ଠିତ ୨୨ତମ ଏସୀୟ ଦୌଡ଼କୁଦରେ ହେପ୍ଟାଥଲନ୍ରେ କାଂସ୍ୟ ପଦକ ଜିତିଥିଲେ। ପୂର୍ଣ୍ଣିମାଙ୍କୁ ତାଙ୍କ ସାଇ ପ୍ରଶିକ୍ଷକ ସଂଜୟ ଗଡ଼ନାୟକ ଏବଂ ଉଭୟଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।
ଜାତୀୟ ଓପନ୍ ଦୌଡ଼କୁଦ, ପୂର୍ଣ୍ଣିମାଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ
/sambad/media/post_attachments/wp-content/uploads/2017/09/10-Purnima-Hembram.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)