ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଆସନ୍ତାବର୍ଷ ଜାନୁଆରିରେ ନ୍ୟୁଜିଲାଣ୍ଡ୍ ଗସ୍ତ କରିବ। ଅବଶ୍ୟ କେବଳ ଭାରତୀୟ ପୁରୁଷ ନୁହେଁ ମହିଳା ଦଳ ମଧ୍ୟ ଏକା ସମୟରେ ନ୍ୟୁଜିଲାଣ୍ଡ୍ ଗସ୍ତ କରିବା ଉଲ୍ଲେଖନୀୟ। ସେହି ଗସ୍ତରେ ପୁରୁଷ ଦଳ ୫ ଦିନିକିଆ ଓ ୩ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଜାନୁଆରି ୨୩ରୁ ଫେବ୍ରୁଆରି ୧୦ ପର୍ଯ୍ୟନ୍ତ ପୁରୁଷ ଦଳ ୮ ମ୍ୟାଚ୍ ଖେଳିବ। ଜାନୁଆରି ୨୩, ୨୬, ୨୮, ୩୧ ଓ ଫେବ୍ରୁଆରି ୩ ତାରିଖରେ ଦିନିକିଆ ମ୍ୟାଚ୍ଗୁଡ଼ିକ ଖେଳିବାକୁ ଥିଲା ବେଳେ ଫେବ୍ରୁଆରି ୬, ୮ ଓ ୧୦ରେ ଟେ୍ଵଣ୍ଟି-୨୦ ମ୍ୟାଚ୍ ଖେଳିବ। ନାପିଅର୍, ମାଉଣ୍ଟ୍ ମଙ୍ଗାନୁଇ, ହାମିଲଟନ୍, େଓ୍ଵଲିଂଟନ୍ ଓ ଅକ୍ଲାଣ୍ଡ୍ରେ ଏହି ସବୁ ମ୍ୟାଚ୍ ଖେଳାଯିବ। ଭାରତୀୟ ପୁରୁଷ ଦଳର ଏହି ଗସ୍ତ ମଧ୍ୟ ୨୦୧୯ ବିଶ୍ୱକପ୍ ପ୍ରସ୍ତୁତିର ଅଂଶବିଶେଷ ରହିବ।
ଅନ୍ୟପକ୍ଷରେ ସମାନ ସମୟରେ ମହିଳା ଦଳ ମଧ୍ୟ ୩ ଟେ୍ଵଣ୍ଟି-୨୦ ମ୍ୟାଚ୍ ଖେଳିବ। ଏହା ବ୍ୟତୀତ ୨୦୨୧ ମହିଳା ବିଶ୍ୱକପ୍ ଯୋଗ୍ୟତା ହାସଲ ଲକ୍ଷ୍ୟରେ ତିନିଟି ଆଇସିସି ଚାମ୍ପିଅନ୍ସିପ୍ରେ ମୁକାବିଲା କରିବ। ଏହି ସମସ୍ତ ୬ ମ୍ୟାଚ୍ ମଧ୍ୟ ନ୍ୟୁଜିଲାଣ୍ଡ୍ ଇତିହାସରେ ପ୍ରଥମ ଥର ଲାଗି ଟେଲିଭିଜନ୍ରେ ସିଧା ପ୍ରସାରିତ ହେବ। ପୁରୁଷ ଦଳ ସହ ତାଳ ଦେଇ ମହିଳା ଦଳ ମଧ୍ୟ ଫେବ୍ରୁଆରି ୬, ୮ ଓ ୧୦ ତାରିଖରେ ତିନିଟି ଟେ୍ଵଣ୍ଟି-୨୦ ମ୍ୟାଚ୍ ଖେଳିବ। ପୁରୁଷ ଦଳର ସମସ୍ତ ଦିନିକିଆ ମ୍ୟାଚ୍ ସ୍ଥାନୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ହେବାକୁ ଥିଲା ବେଳେ ମହିଳା ଦଳର ଟେ୍ଵଣ୍ଟି-୨୦ ମ୍ୟାଚ୍ ରାତି ୮ଟାରୁ ଆରମ୍ଭ ହେବ।