ମୁମ୍ବାଇ: ପୂର୍ବତନ ଭାରତୀୟ ବାମହାତୀ ଦ୍ରୁତ ବୋଲର ଜାହିର ଖାନ୍ ତିନିଥର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସର କ୍ରିକେଟ୍ ପରିଚାଳନା ନିର୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଏହି ବିଷୟରେ ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଘୋଷଣା କରିଛି। ୪୦ ବର୍ଷୀୟ ଜାହିର ୨୦୦୯, ୨୦୧୦ ଓ ୨୦୧୪ରେ ମୁମ୍ବାଇ ଦଳ ପକ୍ଷରୁ ୩୦ ମ୍ୟାଚ୍ରେ ପ୍ରତିନିଧିତ୍ୱ କରି ୨୯ ୱିକେଟ୍ ହାସଲ କରିଥିଲେ। ସେ ମଧ୍ୟ ଦିଲ୍ଲୀ ଡେୟାର ଡେଭିଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆଇପିଏଲ୍ ଖେଳିଥିଲେ। ନିଯୁକ୍ତି ପରେ ଜାହିର ରାଜସ୍ଥାନର ଜୟପୁରଠାରେ ଚାଲିଥିବା ଆଇପିଏଲ୍ ଖେଳାଳି ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ମାଲିକାଣୀ ନୀତା ଆମ୍ବାନୀ ଓ ଆକାଶ ଆମ୍ବାନୀଙ୍କ ସହ ଯୋଗ ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp