ନୂଆଦିଲ୍ଲୀ: ଆଜିକୁ ଠିକ୍ ୧୨ ବର୍ଷ ତଳେ ଟେଷ୍ଟ୍ କ୍ରିକେଟ୍କୁ ଆସିଥିଲେ ବିରାଟ କୋହଲି। ଏକାଧିକ କୀର୍ତ୍ତିମାନ ସହ ସଚିନ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ ଶତକ (୧୦୦)କୁ ଟପିବା ଆଶାରେ ଅଛନ୍ତି ଏହି ମହାନ ବ୍ୟାଟର୍। ବିରାଟ ଏ ପର୍ଯ୍ୟନ୍ତ ୭୫ ଅନ୍ତର୍ଜାତୀୟ ଶତକ ହାସଲ କରିସାରିଛନ୍ତି। ୨୦୧୧ ଜୁନ୍ ୨୦ ତାରିଖରେ ଜାମାଇକାର କିଙ୍ଗଷ୍ଟନ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଦାର୍ପଣ କରିଥିବା କୋହଲି ଅଦ୍ୟାବଧି ୧୦୯ ଟେଷ୍ଟରୁ ୪୮.୭୨ ହାରରେ ୨୮ ଶତକ ସହ ୮୪୭୯ ରନ୍ ସଂଗ୍ରହ କରିଛନ୍ତି। ଏହା ବାଦ୍ ସେ ୨୭୪ ଦିନିକିଆ ଏବଂ ୧୧୫ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ଟେଷ୍ଟ୍ କ୍ରିକେଟ୍ ପୂର୍ବରୁ ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳିଥିବାରୁ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୫ ବର୍ଷ ଭିତରେ ୨୫,୦୦୦ରୁ ଊର୍ଦ୍ଧ୍ବ ରନ୍ ସଂଗ୍ରହ କରି ସାରିଛନ୍ତି। ମଙ୍ଗଳବାର କୋହଲି ନିଜେ ଟ୍ବିଟ୍ କରି ‘ଟେଷ୍ଟ୍ କ୍ରିକେଟ୍ରେ ୧୨ ବର୍ଷ, ଚିର କୃତଜ୍ଞ’ ଲେଖିବା ପରେ ପ୍ରଶଂସକଙ୍କ ଅଭିନନ୍ଦନର ସୁଅ ଛୁଟିଛି।
ଟେଷ୍ଟ୍ କ୍ରିକେଟ୍ରେ କୋହଲିଙ୍କ ୧୨ ବର୍ଷ
/sambad/media/post_attachments/wp-content/uploads/2023/06/Kohli.jpg)