ଖଣ୍ଡଗିରି,: ତମାଣ୍ଡୋ ମିନି ଷ୍ଟାଡିୟମ୍ରେ ଚାଲିଥିବା ୨୫ତମ ତମାଣ୍ଡୋ କପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ଗୁରୁବାର ଜଟଣୀ ପୂର୍ବତଟ ରେଳବାଇ ଦଳ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଜଟଣୀ ଦଳ ଭୁବନେଶ୍ୱର କିଶୋର କ୍ଲବକୁ ୧-୦ ଗୋଲ୍ରେ ପରାସ୍ତ କରି ଏହି ସଫଳତା ପାଇଛି। ପ୍ରଥମାର୍ଧରେ ହିଁ ଜଟଣୀ ଦଳ ଗୋଲ୍ କରିଥିଲା। ଆରମ୍ଭରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳି ଜଟଣୀ ଦଳ ସଫଳତା ପାଇଥିଲା। ପ୍ରଥମାର୍ଧର ୩୦ ମିନିଟ୍ବେଳେ ସଂଜିତ୍ ପାନ୍ନା ଏହି ଗୋଲ୍ କରି ଦଳକୁ ବିଜୟ ଭେଟି ଦେଇଥିଲେ। ଦ୍ୱିତୀୟାର୍ଧରେ କିଶୋର କ୍ଲବ ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିଲେ ହେଁ ଗୋଲ୍ କରିବାକୁ ସକ୍ଷମ ହୋଇନଥିଲା। କେତୋଟି ଭଲ ସୁଯୋଗ ପାଇବା ପରେ ବି ଭୁବନେଶ୍ୱର ଦଳ ବିଫଳ ହୋଇଥିଲେ। ମ୍ୟାଚ୍ ପରିଚାଳାନା କରିଥିଲେ ଟି ମୋହନ ରାଓ, ରାଜୁ ମହାନ୍ତି, ଅଶୋକ କହଁର ଓ ଡ. ବେଣୁଧର ଦାସ। ଗୁରୁବାର ଏସିପି ରଜତ ରାୟ ଅତିଥିଭାବେ ଯୋଗ ଦେଇ ସଂଜିତ୍ ପାନ୍ନାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଶୁକ୍ରବାର ପ୍ରଥମ ସେମିଫାଇନାଲ୍ ଲଢ଼େଇରେ ଭୁବନେଶ୍ୱରର ଦୁଇ ଦଳ ସଂଘର୍ଷ କ୍ଲବ ଓ ୟାଜ୍ଦାନୀ କ୍ଲବ-୭୩ ପରସ୍ପରକୁ ଭେଟିବେ।
ତମାଣ୍ଡୋ କପ୍ ଫୁଟବଲ୍ ସେମିରେ ରେଳବାଇ
/sambad/media/post_attachments/wp-content/uploads/2018/01/cricket-1-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)