କଟକ: ଚଳିତ ୧୬ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତାରୁ ପୁରୀ, ବାଲେଶ୍ୱର ଓ ନବରଙ୍ଗପୁର ସୁପରଲିଗ୍ ପର୍ଯ୍ୟାୟରେ ଉକ୍ତ ତିନି ଦଳ ଲଗାତର ମ୍ୟାଚ୍ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ନିମପୁର ପଡ଼ିଆରେ ସମ୍ବଲପୁର ୯ ଓ୍ଵିକେଟ୍ରେ ପୁରୀକୁ ହରାଇଛି। ପୁରୀର ୫୮ ରନ୍ ଜବାବରେ ସମ୍ବଲପୁର ୧ ଓ୍ଵିକେଟ କ୍ଷତିରେ ମ୍ୟାଚ ଜିତିଥିଲା। ରେଭେନ୍ସା ପଡ଼ିଆରେ ସୁନ୍ଦରଗଡ଼ ୯ ରନ୍ରେ ରାଉରକେଲାକୁ ପରାସ୍ତ କରିଛି। ସୁନ୍ଦରଗଡ଼ ୧୪୭ ରନ୍ କରିଥିଲା। ରାଉରକେଲା ସମସ୍ତ ଓ୍ଵିକେଟ ହରାଇ ୧୩୮ ରନ୍ କରିପାରିଥିଲା। ଏସ୍ସିବି ପଡ଼ିଆରେ ଯାଜପୁର ୯ ଓ୍ଵିକେଟରେ ବାଲେଶ୍ୱରକୁ ହରାଇଛି। ବଲେଶ୍ୱର ମାତ୍ର ୩୫ ରନ୍ କରିଥିଲା। ଯାଜପୁରର ଶୁଭମ୍ ସିଂହ ୬ ଓ୍ଵିକେଟ ଅକ୍ତିଆର କରିଥିଲେ। ଜବାବରେ ଯାଜପୁର ୧୩.୫ ଓଭରରେ ୧ ଓ୍ଵିକେଟ ହରାଇ ମ୍ୟାଚ୍ ଜିତି ଯାଇଥିଲା। ବୋସ୍ ପଡ଼ିଆରେ ମାଲକାନଗିରି ୮ ଓ୍ଵିକେଟ୍ରେ ନବରଙ୍ଗପୁରକୁ ହରାଇଛି। ନବରଙ୍ଗପୁର ୬୭ ରନ୍ରେ ସୀମିତ ରହିବା ପରେ ମାଲକାନଗିରି ୧୫ ଓଭର୍ରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।
୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା ୨୫ରୁ
କଳାହାଣ୍ଡି କପ୍ ଓ ୧୬ ବର୍ଷରୁ କମ୍ ପରେ ଆସନ୍ତା ୨୫ ତାରିଖରୁ ୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତା ଆରମ୍ଭ ହେବ। ଏଥିରେ ୩୬ ଦଳ ଅଂଶଗ୍ରହଣ କରୁଛନ୍ତି। ସମସ୍ତ ଦଳଙ୍କୁ ନେଇ ୧୨ଟି ଗ୍ରୁପ୍ କରାଯାଇଛି। ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଲିଗ୍ ପର୍ଯ୍ୟାୟ ଚାଲିବା ପରେ ପ୍ରତ୍ୟେକ ଗ୍ରୁପ୍ର ଶ୍ରେଷ୍ଠ ଦଳଙ୍କୁ ନେଇ ସୁପରଲିଗ୍ ପର୍ଯ୍ୟାୟ ଖେଳାଯିବ। ସୁପରଲିଗ୍ ଜୁଲାଇ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୭ରେ ସେମିଫାଇନାଲ୍ ଓ ୮ ତାରିଖରେ ଫାଇନାଲ୍ ଅନୁଷ୍ଠିତ ହେବ। ଯେଉଁ ଖେଳାଳିମାନେ ୧୯୯୯ ସେପ୍ଟେମ୍ବର ୧ ତାରିଖ ପରେ ଜନ୍ମଗ୍ରହଣ କରିଥିବେ ସେମାନଙ୍କୁ ଖେଳିବାକୁ ଅନୁମତି ଦିଆଯିବ। ଏହା ବ୍ୟତୀତ ବୟସ ଯାଞ୍ଚକୁ ମଧ୍ୟ କଡ଼ାକଡି କରାଯାଇଛି।