କୋଲ୍କାତା/ ଭୁବନେଶ୍ୱର: ବାମହାତୀ ସ୍ପିନର୍ ପ୍ରଜ୍ଞା ଓଝାଙ୍କୁ ନେଇ ଲାଗି ରହିଥିବା ନାଟକବାଜୀ ଶେଷ ହୋଇଛି। ଶେଷରେ ରଣଜୀ ଋତୁ ଆରମ୍ଭର ମାତ୍ର ଗୋଟିଏ ଦିନ ପୂର୍ବରୁ ପ୍ରଜ୍ଞାନଙ୍କୁ ଆପତ୍ତିବିହୀନ ପ୍ରମାଣପତ୍ର ଦେଇ ମୁକ୍ତ କରିଛି ସିଏବି (କ୍ରିକେଟ୍ ଆସୋସିଏସନ୍ ଅଫ ବେଙ୍ଗଲ୍)। ତେବେ ହାଇଦ୍ରାବାଦରେ ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ମହାରାଷ୍ଟ୍ର ବିପକ୍ଷ ମୁକାବିଲାରେ ପ୍ରଜ୍ଞାନଙ୍କୁ ହାଇଦ୍ରାବାଦ ଖେଳାଇବ କି ନା ସ୍ପଷ୍ଟ ହୋଇନାହିଁ। ଦେଶର ଅନ୍ୟତମ ସଫଳ ଟେଷ୍ଟ୍ ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ବିଗତ ୨ ଋତୁ ବେଙ୍ଗଲ ପାଇଁ ଖେଳିଥିଲେ। ୩୧ ବର୍ଷୀୟ ପ୍ରଜ୍ଞାନ ହାଇଦ୍ରାବାଦ ଫେରିଯିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସିଏବି କିନ୍ତୁ ଆପତ୍ତିବିହୀନ ପ୍ରମାଣପତ୍ର ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲା। ସିଏବି ସଭାପତି ସୌରଭ ଗାଙ୍ଗୁଲି ତାଙ୍କୁ ଆଉ ଗୋଟିଏ ଋତୁ ଖେଳିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ପ୍ରଜ୍ଞାନ ରାଜି ହୋଇ ନ ଥିଲେ। ପ୍ରଜ୍ଞାନ ବିସିସିଆଇରର ହସ୍ତକ୍ଷେପ ଲୋଡ଼ିବା ପରେ ଏବେ ସିଏବିରୁ ମୁକ୍ତ ହୋଇଥିବା ବିଶ୍ୱାସ କରାଯାଉଛି।
ପ୍ରଜ୍ଞାନଙ୍କୁ ଛାଡ଼ିଲା ବେଙ୍ଗଲ୍
/sambad/media/post_attachments/wp-content/uploads/2017/10/1-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)