ବେଜିଂ: ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ୍‌ ମେସି ବେଜିଂ ବିମାନବନ୍ଦରରେ ଚୀନ ବର୍ଡର ପୁଲିସ୍‌ ଦ୍ବାରା ଅଟକ ରହିଥିଲେ। ବେଜିଂର ୱର୍କର୍ସ ଷ୍ଟାଡିୟମ୍‌ରେ ଆସନ୍ତା ଗୁରୁବାର ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ପାଇଁ ମେସି ଏଠାରେ ପହଞ୍ଚିଥିଲେ। କିନ୍ତୁ ମେସି ପହଞ୍ଚିବା ପରେ ତାଙ୍କ ପାସ୍‌ପୋର୍ଟକୁ ନେଇ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଇଥିଲା। ମେସି ତାଙ୍କ ସହିତ ଆର୍ଜେଣ୍ଟିନା ପାସ୍‌ପୋର୍ଟ ବଦଳରେ ସ୍ପାନିସ୍‌ ପାସ୍‌ପୋର୍ଟ ଆଣିଥିଲେ। ହେଲେ ଆର୍ଜେଣ୍ଟିନା ପାସ୍‌ପୋର୍ଟରେ ଭିସା ମିଳିଥିବାରୁ ତାହା ତାଙ୍କ ପାଖରେ ନଥିଲା। ଯେଉଁଥିପାଇଁ ତାଙ୍କୁ ଭିସା ମିଳିବାରେ ବିଳମ୍ବ ହୋଇଥିଲା। ପାଖାପାଖି ୩୦ ମିନିଟ୍‌ ଧରି ସୁରକ୍ଷାକର୍ମୀ ତାଙ୍କୁ ଅଟକ ରଖିବା ପରେ ସମସ୍ୟାର ସମାଧାନ ହୋଇଥିଲା।ଏହି ସମୟର ଏକ ଭିଡିଓ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି। ନିକଟରେ ମେସି ତାଙ୍କ କ୍ଲବ୍‌ ପରିବର୍ତ୍ତନ କରିଛନ୍ତି। ପିଏସ୍‌ଜି ସହିତ ସଂପର୍କ ଶେଷ କରି ସେ ଇଣ୍ଟର ମିଆମିରେ ଯୋଗଦେଉଛନ୍ତି।