ନୂଆଦିଲ୍ଲୀ: ଭାରତୀୟ ଦଳ ଦିନକୁ ଦିନ ଭଲ ପ୍ରଦର୍ଶନ କରୁଛି ଓ ଆସନ୍ତା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ସକରାତ୍ମକ ମନୋଭାବରେ ରହିଥିବା ଦଳର ଅଧିନାୟିକା ହରମନପ୍ରୀତ କଉର୍ କହିଛନ୍ତି। ବିଶ୍ବକପ୍ ଚଳିତ ସପ୍ତାହରେ ଆରମ୍ଭ ହେବ। ପ୍ରତିଯୋଗିତାରେ ଗତ ସ˚ସ୍କରଣ ବିଜେତା ଅଷ୍ଟ୍ରେଲିଆ ବିପକ୍ଷରୁ ଭାରତ ଅଭିଯାନ ଆରମ୍ଭ କରିବ। ଶୁକ୍ରବାର ସିଡ୍ନିର ଶୋଗ୍ରାଉଣ୍ତ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।
୨୦୧୭ରେ ଖେଳାଯାଇଥିବା ବିଶ୍ବକପ୍ରେ ଭାରତ ଜବରଦସ୍ତ ପ୍ରଦର୍ଶନ ଦେଇ ଫାଇନାଲ୍ରେ ପ୍ରବେଶ କରିଥିଲା। ଲର୍ଡ୍ସରେ ଖେଳାଯାଇଥିବା ଫାଇନାଲ୍ରେ ଘରୋଇ ଇଂଲଣ୍ଡଠୁ ଭାରତ ପରାଜିତ ହୋଇଥିଲା। ଏହାପରଠୁ ଭାରତ ଆଉ ବିଶ୍ବକପ୍ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ତିନିଥର ଦଳକୁ ସେମିଫାଇନାଲ୍ରେ ପରାସ୍ତ ହେବାକୁ ପଡ଼ିଛି। ୨୦୧୮ରେ େଵଷ୍ଟଇଣ୍ତିଜରେ ହୋଇଥିବା ବିଶ୍ବକପ୍ରେ ୨୦୦୯ ସ˚ସ୍କରଣର ବିଜେତା ଇ˚ଲଣ୍ତଠୁ ୮ ଵିକେଟରେ ଭାରତ ପରାସ୍ତ ହୋଇଥିଲା। ତେଣୁ ଚଳିତ ବର୍ଷ ବିଶ୍ବକପ୍ ଜିତିଲେ ଏହା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଶ୍ରେଷ୍ଠ ଦିନ ହେବ। ତେଣୁ ଆମେ ପ୍ରତ୍ୟେକ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବୁ ବୋଲି ହରମନପ୍ରୀତ କହିଛନ୍ତି। ପୂର୍ବରୁ ପ୍ରାରମ୍ଭିକ ଖେଳାଳି ଜେମିମା ରୋଡ୍ରିଗୁଏଜ କହିଥିଲେ ଯେ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ତାଙ୍କ ଖେଳଜୀବନ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ସେ ବହୁତ ଉତ୍ସାହିତ ଥିବା କହିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଅଧିନାୟିକା ମେଗ୍ ଲାନିଙ୍ଗ କହିଛନ୍ତି ଯେ, ତାଙ୍କ ଦଳ ଘରୋଇ ପରିବେଶରେ ବିଶ୍ବକପ୍ ଖେଳିବାକୁ ଯାଉଥିବାରୁ ଆମେ ଏଥିପାଇଁ ବ୍ୟଗ୍ର ଅଛୁ। ଆମ ବନ୍ଧୁ ଓ ପରିବାର ଲୋକଙ୍କ ସାମ୍ନାରେ ଖେଳିବାକୁ ଯାଉଥିବାରୁ ଭଲ ଅଭିଜ୍ଞତା ମିଳିବ। ଏଭଳି ସୁଯୋଗ ବାରମ୍ବାର ମିଳିବନି। ତେଣୁ ଚାପ ଓ ଉନ୍ମାଦନା ଭିତରେ ଆମକୁ ଜିତିବାକୁ ହେବ ବୋଲି ମେଗ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/gjg987j98dgj74dg56j4g5d64j56gd4j5dgjdgjdgjdjdgdgdgdgdgdgdgdgdgdgdgdgdgdg.jpg)