କାନପୁର: ଭାରତର ଯଶପ୍ରିତ ବୁମରାଙ୍କ ୫୦ତମ ଦିନିକିଆ ଶିକାର ହୋଇଛନ୍ତି ନ୍ୟୁଜିଲାଣ୍ଡର ଓପନ୍‌ର ମାର୍ଟିନ ଗୁପଟିଲ୍‌। ୩୩୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳି ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୫.୧ ଓଭରରେ ୪୪ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇଛି। ଗୁପଟିଲ୍‌ ୧୪ଟି ବଲ ଖେଳି ୧୦ ରନ୍‌ ସଂଗ୍ରହ କରିବା ପରେ ଦିନେଶ କାର୍ତ୍ତିକଙ୍କୁ କ୍ୟାଚ ଦେଇଥିଲେ। ୭ଓଭରରେ ନ୍ୟୁଜିଲାଣ୍ଡ ଗୋଟିଏ ଓ୍ଵିକେଟ ହରାଇ ୫୦ ରନ୍‌ ସଂଗ୍ରହ କରିଛି।

Advertisment

ପ୍ରଥମ ପାଳିରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୧୧୩) ଓ ଓପନର୍‌ ରୋହିତ ଶର୍ମା(୧୪୭)ଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ ହାରଇ ପ୍ରଥମ ପାଳିରେ ୩୩୭ ରନ୍‌ ସଂଗ୍ରହ କରିଛି। ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କ ଷ୍ଟାଡିୟମରେ ରବିବାର କୋହଲି କ୍ୟାରିୟରର ୩୨ତମ ଶତକ ହାସଲ କରିଥିବା ବେଳେ ରୋହିତ କ୍ୟାରିୟରର ୧୫ତମ ଶତକ ହାସଲ କରିଛନ୍ତି। ୨୦୧୭ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ୍‌ ପୂରା କରିଥିବା ବେଳେ କୋହଲି ୯୦୦୦ ରନ୍‌ ପୂରା କରିଛନ୍ତିି। ରୋହିତ ୧୭୨ତମ ଦିନିକିଆ ଖେଳିଥିବା ବେଳେ କୋହଲିଙ୍କ ଏହା ହେଉଛି ୨୦୨ ତମ ମ୍ୟାଚ। କେଦାର ଯାଧବ ୧୮ ରନ୍‌ ସଂଗ୍ରହ କରି ଇନିଂସର ଶେଷ ବଲରେ ଆଦାମ ମିଲେନଙ୍କ ବଲ ମାର୍ଟିନ ଗୁପଟିଲକୁ କ୍ୟାଚ ଦେଇଥିବା ବେଳେ ଦିନେଶ କାର୍ତ୍ତିକ(୪) ଅପରାଜିତି ହୋଇ ପାଭଲିୟନକୁ ଫେରିଥିଲେ।

ମହେନ୍ଦ୍ର ସିଂହ ଧୋନି ୪୧.୧ଓଭରରେ ଦଳର ସ୍କୋର ୩୩୧ ରନ୍‌ ଥିବା ବେଳେ ଆଦାମ ମିଲନେଙ୍କ ବଲ କୋଲିନ ମୁନରୋଙ୍କୁ କ୍ୟାଚ ଦେଇଥିଲେ। ପାଭଲିୟନ ଫେରିବା ପୂର୍ବରୁ ସେ ୨୫ ରନ୍‌ ସଂଗ୍ରହ କରିଥିଲେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ବିରାଟ କୋହଲିଙ୍କ ଥିଲା ଭାରତ ପାଇଁ ୪ର୍ଥ କ୍ଷତି। ଦଳର ସ୍କୋର ୩୦୨ ଥିବା ବେଳେ ସେ ୧୦୬ଟି ବଲ ଖେଳି ଟମ୍‌ ସାଉଦୀଙ୍କ ବଲ କେନ୍‌ ଓ୍ଵିଲିୟମସନ୍‌ଙ୍କୁ କ୍ୟାଚ ଦେଇଥିଲେ।

ରୋହିତ ନ୍ୟୁଜିଲାଣ୍ଡର ୨ୟ ଶିକାର ହୋଇଥିଲେ। ସେ ଦଳର ସ୍କୋର ୨୫୯ (୪୧.୨ଓଭର) ଥିବା ବେଳେ ମିଚେଲ ସାଣ୍ଟନର୍‌ଙ୍କ ବଲ ଟିମ୍‌ ସାଉଦୀଙ୍କୁ କ୍ୟାଚ ଦେଇଥିଲେ। ୨୭୩ ରନ୍‌ରେ ଭାରତର ୩ୟ ଓ୍ଵିକଟେରେ ହାର୍ଦିକ ପାଣ୍ଡ୍ୟା ୮ ରନ୍‌ କରି ମିଚେଲ ସାଣ୍ଟନର୍‌ଙ୍କ ବଲ ଟିମ୍‌ ସାଉଦୀଙ୍କୁ କ୍ୟାଚ ଦେଇଥିଲେ। ପୂର୍ବରୁ ଭାରତର ପ୍ରଥମ ଓ୍ଵିକେଟ ୨୯ ରନ୍‌(୬.୧ଓଭର) ଓପନର ଶିଖର ଧାଓ୍ଵନ (୧୪) ୨୦ ଟି ବଲ ଖେଳି ପାଭଲିୟନ ଫେରି ଯାଇଥିଲେ। ସେ ଟିମ୍‌ ସାଉଦୀଙ୍କ ବଲ ଖେଳିବାକୁ ଯାଇ ଅଧିନାୟକ କେନ ଓ୍ଵିଲିୟମସନ୍‌ଙ୍କୁ କ୍ୟାଚ ଦେଇଥିଲେ। ।