ଲଣ୍ଡନ: ଧୋନିଙ୍କୁ ତାଙ୍କ ଗ୍ଲୋଭ୍ସରେ ‘ବଳିଦାନ ପ୍ରତୀକ’ ପିନ୍ଧିବାକୁ ଆଇସିସି ଅନୁମତି ଦେଇ ନଥିଲା। ଦି ଓଭାଲ ଗ୍ୟାଲେରିରେ ରବିବାର କିନ୍ତୁ ‘ବଳିଦାନ’ ପ୍ଲାକାର୍ଡ ଓ ତତ୍ ସଂପର୍କିତ ସ୍ଲୋଗାନ ବହୁ ଦର୍ଶକଙ୍କ ହାତରେ ଦେଖିବାକୁ ମିଳିଥିଲା। ଧୋନିଙ୍କୁ ସମର୍ଥନ ଜଣାଇବାକୁ ଯାଇ ସେମାନେ ‘ବଳିଦାନ’ ଚିହ୍ନକୁ ପଡ଼ିଆ ଭିତରକୁ ନେଇ ଆସିଥିଲେ। ଏହାକୁ ମଧ୍ୟ ଗର୍ବର ସହ ଦେଖାଇଥିଲେ। ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍ରେ ‘ବଳିଦାନ ପ୍ରତୀକ’ ଥିବା ଗ୍ଲୋଭ୍ସ ପିନ୍ଧିଥିଲେ। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ବିସିସିଆଇ ଅନୁରୋଧକୁ ଅଗ୍ରାହ୍ୟ କରି ଆଇସିସି ଧୋନିଙ୍କୁ ଏହି ଗ୍ଲୋଭ୍ସରେ ମ୍ୟାଚ୍ ଖେଳିବାର ଅନୁମତି ଦେଇ ନଥିଲା। ଫଳରେ ଧୋନି ରବିବାର ନିଜ ଗ୍ଲୋଭ୍ସରୁ ‘ବଳିଦାନ ପ୍ରତୀକ’କୁ କାଢ଼ି ଦେଇଥିବା ଦେଖିବାକୁ ମିଳିଥିଲା। ସେପଟେ ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ନିଜ ‘ୟୁନିଭର୍ସାଲ ବସ୍’ ଲୋଗୋ ପିନ୍ଧି ମ୍ୟାଚ୍ ଖେଳିବାକୁ ଆଇସିସିଠାରୁ ଅନୁମତି ଲୋଡ଼ିଥିଲେ। ହେଲେ ଆଇସିସି ତାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଥିଲା।
ଭାରତୀୟ ପ୍ରଶଂସକଙ୍କ ହାତରେ ‘ବଳିଦାନ’
/sambad/media/post_attachments/wp-content/uploads/2019/06/Untitled-15-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)