ବୁଗୁଡ଼ା: ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କନିଷ୍ଠ କବାଡ଼ି ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଛି। ପୁରୁଷ ବର୍ଗ ଫାଇନାଲରେ ଜଗତସିଂପୁରକୁ ୬୦-୨୧ପଏଣ୍ଟରେ ପରାସ୍ତ କରି ଢେଙ୍କାନାଳ ସାଇ ଛାତ୍ରାବାସ ବିଜେତା ହୋଇଛି। ପୂର୍ବରୁ ସେମିଫାଇନାଲରେ ଢେଙ୍କାନାଳ ଦଳ ୩୩-୧୨ ପଏଣ୍ଟରେ ଯାଜପୁରକୁ ପରାସ୍ତ କରିଥିଲା। ଅନ୍ୟ ସେମିଫାଇନାଲରେ ଜଗତସିଂପୁର ଦଳ ଭୁବନେଶ୍ୱରକୁ ୩୫-୨୬ ପଏଣ୍ଟରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ବାଳିକା ବିଭାଗର ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ବିବାଦ ଦେଖାଦେଇଥିଲା। କେନ୍ଦ୍ରାପଡ଼ା ଓ କିଟ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା। ମ୍ୟାଚ ଶେଷ ହେବାକୁ ଥିବା ବେଳେ କିଟ୍ ଦଳ ଗୋଟିଏ ପଏଣ୍ଟ (୧୯-୧୮) ଆଗୁଆ ହେବାରୁ ରେଫରିଙ୍କ ବିବାଦୀୟ ଭୂମିକା ଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା ଦଳ ଅଭିଯୋଗ କରିଥିଲା। ପ୍ରତିବାଦ ପୂର୍ବକ ଖେଳାଳିମାନେ ପଡ଼ିଆରେ ବହୁ ସମୟ ଧରି ବସି ରହିଥିଲେ। ଉପସ୍ଥିତ ଅଧିକାରୀଙ୍କ ଦ୍ୱାରା ଏହି ବିବାଦର ସମାଧାନ ନହେବାରୁ ଫଳରେ ଚୂଡ଼ାନ୍ତ ନିର୍ଣ୍ଣୟ ରାଜ୍ୟ କୋର୍ ସମିତି ଉପରେ ଛାଡ଼ି ଦିଆଯାଇଛି। ଫାଇନାଲ ମୁକାବିଲା ହୋଇ ପାରିନଥିବା ବେଳେ ଏହା କାହା ମଧ୍ୟରେ, କେବେ କେଉଁ ଠାରେ ହେବ ତାହା କୋର୍ କମିଟି ନିଷ୍ପତ୍ତି ନେବ। ତେବେ ଏହି ବର୍ଗର ପ୍ରଥମ ସେମିଫାଇନାଲରେ କଟକ ଦଳ ୩୫-୨୬ ପଏଣ୍ଟରେ ରାଉରକେଲାକୁ ପରାସ୍ତ କରିଥିଲା। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପୁରସ୍କାର ବିତରଣ କରିଥିଲେ।
ରାଜ୍ୟସ୍ତରୀୟ କନିଷ୍ଠ କବାଡ଼ି, ଢେଙ୍କାନାଳ ସାଇ ବିଜେତା
/sambad/media/post_attachments/wp-content/uploads/2017/09/images-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)