ସ୍ପେନ୍: ଶକ୍ତିଶାଳୀ ପର୍ତୁଗାଲ ଅପ୍ରତ୍ୟାଶିତ ଭାବେ ଚଳିତ ଫିଫା ଫୁଟ୍ବଲ୍ ବିଶ୍ୱକପ୍ର ପ୍ରି-କ୍ୱାର୍ଟରରୁ ବିଦାୟ ନେଲା। ଏହି ଦଳର ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ମଧ୍ୟ ସ୍ପେନୀୟ କ୍ଲବ୍ ରିଅଲ ମାଦ୍ରିଦରୁ ବିଦାୟ ନେବାକୁ ଚିନ୍ତା କରୁଛନ୍ତି। ରିଅଲ ମାଦ୍ରିଦ ଛାଡ଼ି ସେ ଇଟାଲିର ଜୁଭେଣ୍ଟସ୍ ଦଳକୁ ଯିବେ ବୋଲି ଉଭୟ ପର୍ତୁଗାଲ ଏବଂ ସ୍ପେନ୍ ଗଣମାଧ୍ୟମରେ ଚର୍ଚା ହେଉଛି। ରୋନାଲଡୋ ୨୦୦୮ରେ ୧୦୬ ନିୟୁତ ଡଲାର ଦରମାରେ ରିଅଲ ମାଦ୍ରିଦରେ ଯୋଗ ଦେଇଥିଲେ। ସେଠାରେ ଗତ ୧୦ ବର୍ଷ ମଧ୍ୟରେ ସେ ଦୁଇଟି ଲା ଲିଗା ଏବଂ ଚାରିଟି ଚାମ୍ପିଅନ୍ସ ଲିଗ୍ ଟ୍ରଫି ଜିତିଥିଲେ। ତେବେ କ୍ଲବ୍ ସହ ତାଙ୍କର ଏକାଧିକ ଥର ମତଭେଦ ହୋଇଛି। ସେଥିପାଇଁ ରୋନାଲଡୋ ଆଉ ରିଅଲରେ ରହିବାକୁ ଚାହୁଁ ନଥିବା ଜଣା ପଡ଼ିଛି। ଏହି ଖବର ପଦାକୁ ଆସିବା ପରେ ଜୁଭେଣ୍ଟସର ସେୟାର ଦରରେ ଉନ୍ନତି ପରିଲକ୍ଷିତ ହୋଇଛି। ଜୁଭେଣ୍ଟସ୍ ତାଙ୍କୁ ରିଅଲ ମାଦ୍ରିଦ ତୁଳନାରେ ଯଥେଷ୍ଟ ଅଧିକ ଅର୍ଥ ଦେବାକୁ ରାଜି ଥିବା ଜଣା ପଡ଼ିଛି।