ପର୍ଥ: ଅଷ୍ଟ୍ରେଲୀୟ ହକି ଲିଗ (ଏଏଚ୍୍ଏଲ୍)ରେ ଭାରତୀୟ ପୁରୁଷ ଏବଂ ମହିଳା ଏ’ ଦଳ ଶୁକ୍ରବାରଠୁ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ବିକାଶ ଦାହିୟାଙ୍କ ନେତୃତ୍ୱରେ ପୁରୁଷ ଦଳ ପୁଲ୍-ବି’ରେ ପଶ୍ଚିମ ଅଷ୍ଟ୍ରେଲିଆକୁ ଭେଟିବ। ସେହିପରି ପ୍ରୀତି ଦୁବେଙ୍କ ନେତୃତ୍ୱରେ ମହିଳା ଦଳ ଭିକ୍ଟୋରିଆ ବିପକ୍ଷରେ ଖେଳିବ। ଏହି ଲିଗ୍ ଖେଳିବାକୁ ଉଭୟ ଦଳ ରବିବାରଠୁ ଅଷ୍ଟ୍ରେଲିଆରେ ପହଞ୍ଚି ଦୁଇଟି ଲେଖାଏଁ ଅଭ୍ୟାସ ମ୍ୟାଚ୍ ଖେଳି ସାରିଛନ୍ତି। ଅଭ୍ୟାସ ମ୍ୟାଚ୍ରେ ପୁରୁଷ ଦଳ ଭିକ୍ଟୋରିଆ ଏବଂ କୁଇନ୍ସଲାଣ୍ଡ ବିପକ୍ଷରେ ଯଥାକ୍ରମେ ୨-୨ ଓ ୦-୦ରେ ଅମୀମାଂସିତ ରଖିଥିଲା। ଭିକ୍ଟୋରିଆ ବିପକ୍ଷରେ ଓଡ଼ିଆ ତାରକା ଅମିତ ରୋହିଦାସ ଏବଂ ଅଫାନ୍ ୟୁସୁଫ୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଆମ ଖେଳାଳିମାନେ ଭଲ ଅଭ୍ୟାସ କରିଛନ୍ତି। ଆରମ୍ଭରୁ ଭଲ କରିବେ ବୋଲି ପ୍ରଶିକ୍ଷିକ ବାସୁଦେବନ ଭାସ୍କରନ୍ ଆଶା ପ୍ରକାଶ କରିଛନ୍ତି। ସେହିପରି ମହିଳା ଦଳ ଦୁଇଟି ମ୍ୟାଚ୍ରୁ ନ୍ୟୁସାଉଥ େଓ୍ଵଲ୍ସ ବିପକ୍ଷରେ ଗୋଲଶୂନ୍ୟ ଭାବେ ଅମୀମାଂସିତ ରଖିଥିଲା ବେଳେ ଅଷ୍ଟ୍ରେଲୀୟ କ୍ୟାପିଟାଲ ଟେରିଟୋରିଠୁ ୦-୨ରେ ପରାସ୍ତ ହୋଇଥିଲା। ମହିଳା ଦଳର ପ୍ରଶିକ୍ଷକ ବଲଜୀତ ସିଂହ ସାଇନି କହିଛନ୍ତି, ଆମ ଦଳ ଉପରେ କୌଣସି ଚାପ ନାହିଁ। ଫଳରେ ସେମାନେ ସେମାନଙ୍କ ଶ୍ରେଷ୍ଠତ୍ୱ ଦେଖାଇବା ଲାଗି ଚେଷ୍ଠା କରିବେ। ଦଳ କିପରି ଏହି ଲିଗ୍ରେ ଶ୍ରେଷ୍ଠ ଦେଇପାରିବ ସେଥିଲାଗି କାର୍ଯ୍ୟ କରୁଛି।
ଶୁକ୍ରବାରରୁ ଭାରତୀୟ ଦଳର ଅଷ୍ଟ୍ରେଲୀୟ ହକି ଲିଗ୍ ଅଭିଯାନ
/sambad/media/post_attachments/wp-content/uploads/2017/09/hh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)