ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଓ ବ୍ୟାଡମିଣ୍ଟନ୍ ତାରକା ମାଥିଆସ୍ ବୋଏ ଆସନ୍ତାମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏହି ଆଡ଼ମ୍ବରପୂର୍ଣ୍ଣ ସେଲିବ୍ରିଟି ବିବାହ ରାଜସ୍ଥାନର ଉଦୟପୁରରେ ଆୟୋଜିତ ହେବ। ଉଭୟ ଶିଖ୍ ଓ କ୍ରିଷ୍ଟିଆନ ରୀତିନୀତିରେ ପରସ୍ପର ପରସ୍ପରକୁ ଜୀବନ ସାଥୀ ଭାବେ ବାଛିବେ। ଏହା କରି ନିଜନିଜର ସାଂସ୍କୃତିକ ବିବିଧତାକୁ ସମ୍ମାନ ଜଣାଇବେ। ତାପସୀ ଓ ମାଥିଆସ ଗତ ଏକ ଦଶନ୍ଧି ଧରି ପ୍ରେମ ସଂପର୍କରେ ଅଛନ୍ତି। ଏକ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ଅବସରରେ ଭେଟାଭେଟି ହେବା ପରେ ଉଭୟ ପ୍ରେମରେ ପଡ଼ିଯାଇଥିଲେ। ତାପସୀ ବଲିଉଡ୍ ସହ ବହୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଅନ୍ୟପକ୍ଷରେ ମାଥିଆସ ହେଉଛନ୍ତି ଡେନ୍ମାର୍କର ଅନ୍ୟତମ ସଫଳ ବ୍ୟାଡ୍ମିଣ୍ଟନ୍ ଖେଳାଳି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ରୌପ୍ୟ ପଦକ ଜିତିଥିଲେ।
ସିଲି ପଏଣ୍ଟ୍: ମାର୍ଚ୍ଚରେ ବାହାହେବେ ମାଥିଆସ-ତାପସୀ
/sambad/media/post_attachments/wp-content/uploads/2024/03/sfhfssfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)