ମୁମ୍ବାଇ: ମଙ୍ଗଳବାର ଥିଲା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମନସୁର ଅଲ୍ଲୀ ଖାନ୍ ପଟୌଦିଙ୍କ ୮୦ତମ ଜନ୍ମତିଥି। ଏହି ଅବସରରେ ପଟୌଦିଙ୍କୁ ତାଙ୍କ ପତ୍ନୀ ତଥା ଲୋକପ୍ରିୟ ବଲିଉଡ୍ ନାୟିକା ଶର୍ମିଲା ଟାଗୋର ମନେ ପକାଇଥିଲେ। ତାଙ୍କ କ୍ରିକେଟ୍ ଦକ୍ଷତା, ଉଭୟଙ୍କ ପ୍ରଥମ ଦେଖା ଏବଂ ଚର୍ଚିତ ପ୍ରେମ କାହାଣୀଙ୍କୁ ନେଇ ଅନେକ ଅନାଲୋଚିତ ଓ ରୋଚକ ତଥ୍ୟ ଏକ ସାକ୍ଷାତକାର ଅବସରରେ ବଖାଣିଥିଲେ। ‘‘ପଟୌଦି ଜଣେ ମହାନ କ୍ରିକେଟର ଥିଲେ। ମାତ୍ର ୧୧ ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଥିଲେ। ଯୁବ ବୟସରେ ଦୁର୍ଭାଗ୍ୟଜନକ ଭାବେ ନିଜର ଗୋଟିଏ ଅଖି ହରାଇଥିଲେ। ତଥାପି କ୍ରିକେଟ୍ ପଡ଼ିଆରେ ନିଜ ଲଢ଼ୁଆ ପ୍ରବୃତ୍ତିକୁ ଛାଡ଼ି ନଥିଲେ। ବରଂ ତାଙ୍କର ଗୋଟିଏ ଆଖି ଅକାମୀ ହୋଇଯାଇଥିଲା ବୋଲି କାହାରିକୁ ଜାଣିବାକୁ ଦେଇନଥିଲେ। ଗୋଟିଏ ଆଖିରେ ଖେଳିଥିବା ପଟୌଦିଙ୍କ ଦୁଇଟି ଯାକ ଆଖି ଯଦି ଭଲ ଥା’ନ୍ତା, ତାହାଲେ ସେ କ୍ରିକେଟ୍ ପଡ଼ିଆରେ ଅଗଣିତ କୀର୍ତ୍ତିମାନର ବର୍ଷା କରିପାରିଥା’ନ୍ତେ’’ ବୋଲି ଶର୍ମିଳା ଆବେଗଭରା କଣ୍ଠରେ କହିଥିଲେ। ସେହିଭଳି ପଟୌଦିଙ୍କ ଘଟଣା ବହୁଳ, ରୋଚକ ତଥା ନାଟକୀୟ ଜୀବନକୁ ନେଇ ଭଲ ଚଳଚ୍ଚିତ୍ର ନିର୍ମାଣ କରାଯାଇ ପାରିବ ବୋଲି ମତ ଦେଇଥିଲେ ଶର୍ମିଳା। ପଟୌଦିଙ୍କ ସହ ନିଜ ପ୍ରେମ ସଂପର୍କକୁ ମନେ ପକାଇ ଶର୍ମିଳା କହିଥିଲେ ଯେ ସେତେବେଳେ ଫେସବୁକ୍ କିମ୍ବା ଟ୍ବିଟର ନଥିଲା। ଟେଲିଫୋନରେ କଥା ହେବା ପାଇଁ ଆମକୁ ଅପରେଟରଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଏପରିକି ଆମ ବାହାଘର ପରେ ବହୁ ଅପରେଟର ଆମକୁ ଫୋନ୍ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ସୂଚନାଯୋଗ୍ୟ ଯେ ୧୯୪୧ ମସିହା ଜାନୁଆରି ୫ ତାରିଖରେ ଜନ୍ମଗ୍ରହଣ କରିଥିବା ପଟୌଦି ୪୬ ଟେଷ୍ଟ୍ ଖେଳି ୬ ଶତକ ଏବଂ ୧୭ ଅର୍ଧଶତକ ଅର୍ଜନ କରିଥିଲେ। ନିଜ ସମୟରେ ତାଙ୍କୁ ବିଶ୍ବର ସର୍ବଶ୍ରେଷ୍ଠ କ୍ଷେତ୍ରରକ୍ଷକର ମାନ୍ୟତା ମିଳିଥିଲା। ତାଙ୍କୁ ମଧ୍ୟ ଭାରତୀୟ କ୍ରିକେଟ୍ର ଅନ୍ୟତମ ଚର୍ଚିତ ତଥା ସଫଳ ଅଧିନାୟକ ଭାବେ ପରିଗଣିତ କରାଯାଇଥାଏ।
ପଟୌଦିଙ୍କୁ ଝୁରିଲେ ଶର୍ମିଳା
/sambad/media/post_attachments/wp-content/uploads/2021/01/fsh564sf56h4fs564h564f56hfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)