କରୋନା ପରବର୍ତ୍ତୀ ଅର୍ଥନୀତିକୁ ତ୍ୱରାନ୍ୱିତ କରିବ ଉର୍ଜା କ୍ଷେତ୍ର: ଧର୍ମେନ୍ଦ୍ର
ବିଶ୍ୱ ଉର୍ଜା ଚାହିଦାର ନେତୃତ୍ୱ ନେବ ଭାରତ ‘ଇଣ୍ଡିଆ ଏନର୍ଜି ଫୋରମ’ର ଚତୁର୍ଥ ସଂସ୍କରଣ
ଭୁବନେଶ୍ୱର: ବିଶ୍ୱ ଅର୍ଥନୀତି କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଏହା ଅନେକ ସୁଯୋଗ ଓ ସମ୍ଭାବନା ମଧ୍ୟ ଆଣିଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୋଭିଡ୍-୧୯ ପରବର୍ତ୍ତୀ ସମୟରେ ଭାରତର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଉର୍ଜା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ଅନେକ ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେରା ଉଇକ୍ ପକ୍ଷରୁ ‘ଇଣ୍ଡିଆ ଏନର୍ଜି ଫୋରମ’(ଆଇଇଏଫ)ର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇ ଶ୍ରୀ ପ୍ରଧାନ ଆଇଏଚ୍ଏସ୍ ମାର୍କିଟ୍ର ଉପାଧ୍ୟକ୍ଷ ଡାନିଏଲ୍ ୟରଗେନଙ୍କ ଦ୍ୱାରା ଉର୍ଜା ଉପରେ ଲିଖିତ ପୁସ୍ତକ “ଦ ନିୟୁ ମ୍ୟାପ”କୁ ଲୋକାର୍ପିତ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ମନ୍ତ୍ରୀ କହିଥିେଲ ଯେ ଉର୍ଜା କ୍ଷେତ୍ରକୁ ଆଗକୁ ନେବା ପାଇଁ ଏଭଳି କାର୍ଯ୍ୟକ୍ରମ ଭାରତରେ ଆୟୋଜନ ହେବା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବା ଦେଶର ଉର୍ଜା ସୁରକ୍ଷା ଭିତ୍ତିଭୂମିକୁ ସଦୃଢ଼ କରିବ। ସେହିପରି କୋଭିଡ୍-୧୯ ସତ୍ତ୍ୱେ ଉର୍ଜା ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିବ। ଭାରତ ସରକାରଙ୍କର ଉର୍ଜା ଏଜେଣ୍ଡା ସମ୍ମିଳିତ, ବଜାରଭିତ୍ତିକ ଏବଂ ଜଳବାୟୁ ଆଧାରିତ। ଗତ କିଛି ବର୍ଷରେ ଭରତୀୟ ତୈଳ ଏବଂ ଗ୍ୟାସ ଶିଳ୍ପରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛ ଇନ୍ଧନ ପହଞ୍ଚାଯାଉଛି ଏବଂ ଇନ୍ଧନ ଯୋଗାଣକୁ ନିଶ୍ଚିତ କରାଯାଉଛି । ଭାରତର ଏହି ଉଦ୍ୟମକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଛି। ଇଣ୍ଡିଆ ଏନର୍ଜି ଫୋରମ ଭାରତ ଉର୍ଜା କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ଲାଟଫର୍ମ ଯୋଗାଇବ। ଏହା ବିଶ୍ୱର ଶିଳ୍ପପତିମାନଙ୍କୁ ଦେଶର ଉର୍ଜା କ୍ଷେତ୍ରରେ ଯୋଡ଼ି ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଭାରତକୁ ଆଗେଇ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାପ୍ରକଟ କରିଥିଲେ। ଗତକାଲି ଏହି ସମ୍ମିଳନୀକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଉଦିଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବଦୁଲ ଅଜିଜ୍, ଆମେରିକାର ଉର୍ଜା ସଚିବ ଡ୍ୟାନ ବ୍ରୌଲିଟ୍ ତଥା ଦେଶବିଦେଶର ତୈଳ ଓ ଗ୍ୟାସ କମ୍ପାନିର ଶିଳ୍ପ ପ୍ରମୁଖ ଓ ସିଇଓ ଭିସି ଜରିଆରେ ସାମିଲ ହୋଇଥିଲେ।