ଗୌଡ଼ ଦେଓପାଲି ଡକାୟତି ମାମଲା: ୬ ଅଭିଯୁକ୍ତ ଗିରଫ, ମୂଲ୍ୟବାନ ପ୍ରାଚୀନ ଥାଳି ପାଇଁ ଡକାୟତି

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡା ପୁଲିସକୁ ବଡ଼ ସଫଳତା ମିଳିଛି। ମୁଲ୍ୟମାନ ପ୍ରାଚୀନ ଥାଳି ପାଇବା ପାଇଁ ଗୌଡ଼ ଦେଓପାଲି ଡକାୟତି ମାମଲାରେ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏନେଇଁ ଖାତିଗୁଡା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଡିଏସପି ଚନ୍ଦ୍ର ଶେଖର ହୋତା, ଖାତିଗୁଡା ଅଧିକାରୀ ଦୀପକ କୁମାର ଲେଙ୍କା ସୂଚନା ଦେଇଛନ୍ତି। ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନିଶିନାହାଣ୍ଡି ଗ୍ରାମର ରାଜେନ୍ଦ୍ର ହରିଜନ ଅରଫ ଚିଣ୍ଟୁ(୨୪) ସାମସନ ହରିଜନ ଅରଫ ବୁଡୁ(୨୨), ଉଷୁରୀପଦର ଗ୍ରାମର ଲକ୍ଷ୍ମଣ ହରିଜନ(୪୬), ସାନ ଦେବତା ଗୁଡା ଗ୍ରାମର ସଂଜୀବ ନାୟକ(୩୮), ଡ଼ାଇକ୧ ଗାଁର ପରମଜୀତ ସୋଗାରିଆ ଅରଫ ଲିପୁନ ଏବଂ ଅଇଁଳା ଗୌଡ଼(୬୦) ବୋଲି ପୁଲିସ ସୂଚନା ଦେଇଛି । ସମସ୍ତ ଙ୍କ ଡାକ୍ତରୀ ମଇନା ପରେ କୋର୍ଟ ହାଜତ କୁ ପଠେଇ ଦିଆଯାଇଛି।

ପୁଲିସ ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୫ ତାରିଖ ମଧ୍ୟ ରାତ୍ର ୧ ଘଣ୍ଟା ସମୟରେ ୧୨ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଗୌଡ଼ ଦେଓପାଲି ଗ୍ରାମର ଚନ୍ଦ୍ର ଗଉଡ (୪୨) ଙ୍କ ଘରେ ପ୍ରବେଶ କରିଥିଲେ । କେହି କିଛି ବୁଝିବା ପୂର୍ବରୁ ପରିବାର ସଦସ୍ୟ ଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ପାଟି କଲେ ଜୀବନରୁ ମାରିଦେବା ନେଇ ଧମକ ଦେଇଥିଲେ । ଇତି ମଧ୍ୟରେ ଚନ୍ଦ୍ରଙ୍କ ଝିଅ ପୁଷ୍ପା ଗୌଡ଼ ପାଟି କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ତାଙ୍କ ହାତରେ ଆଘାତ ଲାଗିଥିଲା । ଏହାପରେ ଦୁର୍ବୁର୍ତ୍ତ ମାନେ ଚନ୍ଦ୍ରଙ୍କ ଘରୁ ୮୦ ହଜାର ଟଙ୍କା,ଗୋଟିଏ ସୁନା ଚୈନ,ଗୋଟିଏ କଂସା ଥାଳି, ୪ ଗୋଟି ପୁରୁଣା କୋଏନ ଏବଂ ଗୋଟିଏ ମୋବାଇଲ ଫୋନ ଲୁଟକରି ଚମ୍ପଟ ମାରିଥିଲେ । ଲୁଟ ସମୟରେ ପଡିସା ଘର ଲୋକେ ବାହାରକୁ ଆସିଥିଲେ । ହେଲେ ଦୁର୍ବୃତ୍ତ ମାନେ ତାଙ୍କୁ ମଧ୍ୟ ପାଟିକଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଏନେଇଁ ଚନ୍ଦ୍ର ଗୌଡ଼ ମାର୍ଚ୍ଚ ୭ ତାରିଖ ଦିନ ଖାତିଗୁଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୨/୨୦୨୩ ଅନୁଯାୟୀ ଏକ ମାମଲା ରୁଜୁକରି ଖାତିଗୁଡା ଥାନା ଅଧିକାରୀ ଦିପକ କୁମାର ଲେଙ୍କା ତଦନ୍ତ ଭାର ନିଜ ହାତକୁ ନେଇଥିଲେ ।

ସମ୍ବନ୍ଧିତ ଖବର