ଘରେ ପଶି ବୃଦ୍ଧଙ୍କୁ ଠାରୁ ଲୁଟି ନେଲେ ଚେନ୍

ଜୟପୁର: ଜୟପୁର ଟାଉନ ଥାନା ଅଞ୍ଚଳରେ ଚୋରି ଓ ଲୁଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାତିର ଅନ୍ଧକାରରେ ଚୋରି ହେଉଥିବା ବେଳେ ଦିନ ବେଳା ମଧ୍ୟ ଘରେ ପଶି ଦୁର୍ବୁତ ଲୁଟି ନେଉଛନ୍ତି। ଜୟପୁର ସହରର କାପୁ ସାହିରେ ଆଜି ଅପରାହଣରେ ଦୁଇ ଜଣ ଦୁର୍ବତ ଘରେ ପଶି ଜୋରଜବରଦସ୍ତ ଭାବ‌େ ସୁନା ଚେନ୍ ଲୁଟି ନେଇଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ସ୍ଥାନୀୟ ମହାରାଣୀ ପେଟା ନିକଟ କାପୁ ସାହିର ଏସ୍‌ ସୂର୍ୟା ରାଓ (୮୫)ଙ୍କ ପୁଅ ଓ ବୋହୂ କାଡୁମ୍ ପର୍ବ ପାଇଁ ତାଙ୍କର ଶଶୁର ଘରକୁ ଯାଇଥିଲେ। ସୂର୍ୟା ରାଓଙ୍କ ବଡ ନାତି ଦୋକାନକୁ ଯାଇଥିଲେ ଓ ସାନ ନାତି କୌଣସି କାମରେ ବାହାରକୁ ଯାଇଥିଲେ। ସୂର୍ୟା ରାଓ ଘରେ ‌ଖଟ ଉପରେ ଶୋଇଥିଲେ। ଆଜି ଅପରାହ୍‌ଣ ୪ଟା ୨୪ ମିନିଟରେ ୨ ଜଣ ଦୁର୍ବତ୍ତ ତାଙ୍କ ଘରେ ପଶିଥିଲେ। ଜଣେ ବ୍ୟକ୍ତି ତାଙ୍କର ମୁଣ୍ଡକୁ ଚାପି ଧରିଥିବା ବ‌େଳେ ଅନ୍ୟ ଜଣେ ବ୍ୟକ୍ତି ବେକରୁ ସୁନା ଚେନ୍ ବାହାର କରିଥିଲେ। ଗୋଟିଏ ମିନିଟ୍ ଭିତରେ ଦୁଇ ଜଣ ଦୁର୍ବତ୍ତ ଚେନ୍ ଝାମ୍ପି ନେଇ ଚାଲିଯାଇଥିଲେ। ସୂର୍ୟା ରାଓ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କୁ ରୋକି ପାରିନଥିଲେ। ଏହାପରେ ମଧ୍ୟ ସେ ବିଛଣାରୁ ଉଠିପାରି ନଥିଲେ। ବୃଦ୍ଧଙ୍କ ଠାରୁ ସୁନା ଚେନ୍ ଚୋରି କରିବା ସିସି କ୍ୟାମେରାରେ କଏଦ ହୋଇଥିବା ବେଳେ ସେହି ଭିଡିଓ ଦେଖିବାକୁ ମିଳିଛି। ଏନେଇ ସୂର୍ୟା ରାଓଙ୍କ ପୁଅ ଟାଉନ ଥାନାରେ ଅଭିଯୋଗ ଦେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର