ଟିକା ନେଲେ ୩.୯୫ଲକ୍ଷ ହିତାଧିକାରୀ

ଭୁବନେଶ୍ବର : ଶନିବାର ଦିନ ରାଜ୍ୟରେ ଗୋଟିଏ ଦିନରେ ୩ଲକ୍ଷ ୯୫ହଜାର ୧୮୨ ହିତାଧିକାରୀ ଟିକା ନେଇଛନ୍ତି। ରାଜ୍ୟ ସରକାର ଦୈନିକ ୪ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ଶନିବାର ଏହାର ପାଖାପଖି ଟିକାକରଣ ହୋଇଛି। ଆଜି (ରବିବାର) ରାଜ୍ୟରେ ୬୨ଟିକାକରଣ ଅଧିବେଶନ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଶନିବବାର ୧୭୦୧ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୮-୪୪ବର୍ଗର ୧,୫୫,୪୯୯ଜଣ ପ୍ରଥମ, ୧,୧୮,୩୫୩ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୬୧,୨୧୨ ପ୍ରଥମ ଓ ୫୮,୭୫୪ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଏହାସହ ୩୫୩୪ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୨କୋଟି ୭୪ଲକ୍ଷ ୭୨ହଜାର ୫୨ ଡୋଜ୍ ଟିକା ଦିଆଗଲାଣି। ୧୮-୪୪ବର୍ଗରେ ୫୫ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୪୫ବର୍ଷରୁ ଅଧିକ ୭୭ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି।

ସମ୍ବନ୍ଧିତ ଖବର