ଢିଙ୍କିଆରେ ସରକାର କରୁଛନ୍ତି ଶିଳ୍ପ ପ୍ରତିଷ୍ଠା, ପୁଲିସ କାର୍ଯ୍ୟାନୁଷ୍ଠାନରେ ନାହିଁ କୌଣସି ଭୂମିକା: ଜିନ୍ଦଲ

ଭୁବନେଶ୍ବର: ଚଳିତ ପଂଚାୟତ ନିର୍ବାଚନରେ ଜଗତସିଂହପୁରରେ ସବୁଠାରୁ ବଡ ପ୍ରସଙ୍ଗ ହେବାକୁ ଯାଉଛି ଢିଙ୍କିଆରେ ଜିନ୍ଦଲର କାରଖାନା । ଏହାକୁ ରାଜନୈତିକ ଉଷ୍ମତା ଲାଗି ରହିଥିବା ବେଳେ ମାମଲା ହାଇକୋର୍ଟରେ ପହଂଚିଛି । ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ସ୍ଥାନୀୟ ଲୋକଙ୍କ ଉପରେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ ହୋଇଛି ।

ଏହି ପ୍ରସଙ୍ଗରେ ଶୁଣାଣି କରି ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ । ଏପଟେ କଂଗ୍ରେସ କହିଛି, ଢିଙ୍କିଆରେ ନିଜ ଦାୟିତ୍ୱ ଭୁଲି ଯାଇଛନ୍ତି ରାଜ୍ୟ ସରକାର । ଦ୍ୱିତୀୟ କଳିଙ୍ଗ ନଗର ସୃଷ୍ଟି ପାଇଁ ଲୋକଙ୍କୁ ଉସୁକାଉଛନ୍ତି । ପୋଲିସ ବାହୀନିକୁ ଗୁଣ୍ଡା ସଜାଇ, ଢିଙ୍କିଆବାସୀଙ୍କ ଉପରେ ପ୍ରତିଶୋଧ ନେଉଛନ୍ତି ବୋଲି, ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ।

ସମ୍ବନ୍ଧିତ ଖବର